fbpx

ସାରୁଆ ଜମି ମାମଲା: ଓଏଏସ ବିବେକାନନ୍ଦ ପରିଡା ନିଲମ୍ବିତ

ଖୋର୍ଦ୍ଧା,୨୪ ।୧୧(ଓଡିଶା ଭାସ୍କର): ଓଟିଭିର ସାରୁଅରେ ଦଳିତଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରୀ କ୍ଷମତାର ଦୂରୁପଯୋଗ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ସଠିକ ଭାବେ ତଦନ୍ତ ନକରି କ୍ଲିନଚିଠି ଦେବା ତାଙ୍କୁ ମହଙ୍ଗା ପଡିଛି । ବିନା ଅନୁମତିରେ ହେଡକ୍ୱାର୍ଟର ବାହାରକୁ ଯାଇପାରିବେ ନାହିଁ ବିବେକାନନ୍ଦ । ପୂର୍ବତନ ତହସିଲଦାରଙ୍କ ନିଲମ୍ବନ ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.