fbpx

କଟକ IIFLରୁ ଡକାୟତି ଘଟଣାର କିଏ ମାଷ୍ଟରମାଇଣ୍ଡ?

କଟକ,୨୪ ।୧୧(ଓଡିଶା ଭାସ୍କର): କଟକ ନୟାସଡକ ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଡକାୟତି ଘଟଣାରେ IIFLର କର୍ମଚାରୀ ହିଁ ଲୁଟର ମାଷ୍ଟରମାଇଣ୍ଡ ଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ‘ ଏହି ମାମଲାରେ ୪ ଅଭିଯୁକ୍ତ ଅଟକ ଥିବା ବେଳେ ୨ କେଜି ସୁନା ଓ ୨ଟି ବାଇକ୍ ଜବତ ହୋଇଛି ।’

ଲୁଟ୍ ଘଟଣାରେ ଘର ଢିଙ୍କି କୁମ୍ଭୀର ବୋଲି କହିଛନ୍ତି ପୋଲିସ ପୋଲିସ କମିସନର । ୬ ଦିନରେ ଘଟଣାର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଥିଲା । IIFL କର୍ମଚାରୀ ଲାଲା ଅମୃତ ରାୟ ଓ ବାପୁ ରଞ୍ଜନ ବେହେରା ଡକାୟତିରେ ସମ୍ପୃକ୍ତ ଥିଲେ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିସନର । ଏହା ସହ ରାଜ କିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା, ବାପୁ ଓରଫ ସନ୍ତୋଷ ଭୋଇଙ୍କୁ ଅଟକ ରଖାଯାଇଛି । ଲୁଟର ମାଷ୍ଟମାଇଣ୍ଡ ବାପୁ ଓରଫ ରଞ୍ଜନ ବେହେରା ।

ତେବେ ବାପୁ, ରାଜକିଶୋର, ବିଜୁ ଓ ପଦିଆର ଘର କିଶନନଗର ବିଶ୍ୱନାଥପୁରରେ ହୋଇଥିବା ବେଳେ ବାପିର ଘର ବହୁଗ୍ରାମରେ ବୋଲି ଜଣାପଡିଛି । IIFL କର୍ମଚାରୀ ଲାଲାର ସାଙ୍ଗ ହେଉଛି ବାପୁ । ଲାଲା ଓ ବାପୁ ମିଶି ଡକାୟତି ପାଇଁ ଯୋଜନା କରିଥିଲେ । ଆଇଆଇରୁ ଅନେକ ସୁନା ଓ ଟଙ୍କା ସଂସ୍ଥାର କର୍ମଚାରୀ ହଡ଼ପ କରିଛନ୍ତି ବୋଲି ପୋଲିସ କମିସନର କହିଛନ୍ତି ।

Get real time updates directly on you device, subscribe now.