fbpx
BSKY
BJD MC SKY
BJD YOUTH SKY

OAVS ପ୍ରିନ୍ସିପାଲ ଓ ଶିକ୍ଷକ ନିଯୁକ୍ତି: ଜୁନ ୭ରେ ହେବାକୁ ଥିବା ସିବିଟି ପରୀକ୍ଷା ବାତିଲ, ଘୋଷଣା ହେଲା ନୂଆ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ପକ୍ଷରୁ ପ୍ରିନ୍ସିପାଲ ଓ ଶିକ୍ଷକ ପଦ ପୂରଣ ପାଇଁ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ଜୁନ ୫, ଜୁନ ୭, ଜୁନ ୧୦ ଓ ଜୁନ ୨୯ ତାରିଖରେ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଗତ ୪ ତାରିଖରେ ଓଏଭିଏସ ପକ୍ଷରୁ ଏକ ସୂଚନା ଜାରି କରାଯାଇଥିଲା । ଜୁନ ୭ରେ ହେବାକୁ ଥିବା ସିବିଟି ପରୀକ୍ଷା ବାତିଲ କରାଯାଇଥିଲା । ଏହା ମଧ୍ୟରେ ପୁଣି ଆସିଛି ଏକ ବଡ଼ ଅପଡେଟ୍ ।

ଓଏଭିଏସ ପକ୍ଷରୁ ଜାରି ହୋଇଥିବା ସଦ୍ୟ ସୂଚନା ମୁତାବକ, ଜୁନ ୭ରେ ହେବାକୁ ଥିବା ସିବିଟି ପରୀକ୍ଷା ଜୁନ ୧୧ ତାରିଖରେ ଅନୁଷ୍ଠିତ ହେବ । ଏହି ପଦକୁ ନେଇ ଅନ୍ୟ ସମସ୍ତ ତଥ୍ୟ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ମୋଟ ୧୩୪୨ଟି ପ୍ରିନ୍ସିପାଲ ଓ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ପ୍ରାର୍ଥୀମାନେ ଏପ୍ରିଲ ୧ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିଥିବେ । ମେମେଣ୍ଟ ଗ୍ରହଣର ଅନ୍ତିମ ତାରିଖ ମେ ମାସ ୨ ତାରିଖ ରହିଥିଲା ।

ପ୍ରିନ୍ସିପାଲ ପଦ ପାଇଁ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ୨ ହଜାର ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧୨୫୦ ଟଙ୍କା ରହିଥିଲା । ସେହିପରି ଶିକ୍ଷକ ପଦ ପାଇଁ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ୧୫ ଶହ ଟଙ୍କା ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧ ହଜାର ଟଙ୍କା ରହିଥିଲା ।

ପରୀକ୍ଷା ରିଶିଡ୍ୟୁଲ ଲିଙ୍କ: https://oav.edu.in/documents/oav/recruitments/240506093332_scan718.pdf

Get real time updates directly on you device, subscribe now.