fbpx

ଅଦ୍ଭୁତ ହୋଇଥାନ୍ତି ଅକ୍ଟୋପସ୍; ରହିଛି ୯ଟି ମସ୍ତିସ୍କ ଓ ୩ଟି ହୃଦୟ, ଆହୁରି ବହୁତ୍ କିଛି

ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ସାମୁଦ୍ରିକ ପ୍ରାଣୀମାନଙ୍କ ବିଷୟରେ କଥା ଉଠିଥାଏ ସେତେବେଳେ ମାଛ ବ୍ୟତୀତ ଅକ୍ଟୋପସ୍ କଥା ମଧ୍ୟ ଆସିଥାଏ । ବାସ୍ତବରେ ନହେଲେ ନାହିଁ କିଛି ଫଟୋରେ ଏହାକୁ ଆପଣମାନେ ନିଶ୍ଚୟ ଦେଖିଥିବେ । ଅକ୍ଟୋପସ୍ ଦେଖିବାକୁ ଖୁବ୍ ଅଦ୍ଭୁତ ହୋଇଥାନ୍ତି । ଆପଣମାନଙ୍କୁ ଅକ୍ଟୋପସର ଆକାରକୁ ନେଇ ଅଜବ ଲାଗୁଥିବ ନିଶ୍ଚିତ । ତେବେ ଅକ୍ଟୋପସ୍ ର ଶରୀର ଯେତିକି ଅଜବ ତାଠାରୁ ଅଧିକ ଅଜବ ହେଉଛି ଏହି ଜୀବର ଶରୀରର ଗଠନ ପ୍ରଣାଳୀ । ତେବେ ଚାଲନ୍ତୁ ଜାଣିବା ପୃଥିବୀର ଏହି ବିଚିତ୍ର ପ୍ରାଣୀ ସମ୍ପର୍କରେ ।

 

ଅକ୍ଟୋପସ୍ ର ଏକାଧିକ ବାହୁ ରହିଛି । ଏସବୁକୁ ଦେଖିଲେ ଆପଣଙ୍କୁ ଲାଗୁଥିବ ବାହୁ ଗୁଡ଼ିକ ହେଉଛି ଅକ୍ଟୋପସ୍ ର ଗୋଡ । କିନ୍ତୁ ଏହା ଭୁଲ୍ । ଆପଣ ମାନେ ବୋଧହୁଏ ଜାଣିନଥିବେ ଯେ, ଏହି ବାହୁ ଗୁଡ଼ିକରେ ଅକ୍ଟୋପସ୍ ର ଗୋଟିଏ ଗୋଟିଏ ମସ୍ତିସ୍କ ରହିଛି । ତେଣୁ ଏହି ଜୀବର ୯ଟି ମସ୍ତିସ୍କ ରହିଥାଏ । ଅର୍ଥାତ୍ ଏହି ଜୀବ ଠାରେ ମୁଖ୍ୟ ମସ୍ତିସ୍କ ବ୍ୟତୀତ ଆଉ ୮ଟି ମସ୍ତିସ୍କ ରହିଛି ।

ଖାଲି ସେତିକି ନୁହେଁ ୯ଟି ମସ୍ତିସ୍କ ବ୍ୟତୀତ ନିଶ୍ୱାସ ପ୍ରଶ୍ୱାନ ନିୟନ୍ତ୍ରଣ କରିବା ପାଇଁ ଏହାପାଖରେ ତିନିଟି ହାର୍ଟ ରହିଥାଏ । ଏହାସହିତ ଏହାର ରକ୍ତର ରଙ୍ଗ ନୀଳ ହୋଇଥାଏ । ତେଣୁ ଏହାକୁ ଅନ୍ୟ ଜୀବଙ୍କ ଠାରୁ ଅଲଗା ବୋଲି ଧରାଯାଇଥାଏ । ଅକ୍ଟୋପସ୍ ର ବାହୁ ଗୁଡ଼ିକ ତାକୁ ସବୁ ଦିଗରୁ ଅନ୍ୟ ଜୀବଙ୍କ ଆକ୍ରମଣରୁ ବଞ୍ଚାଇବା ପାଇଁ ବ୍ୟବହାର ହୋଇଥାଏ । ଏହା ବ୍ୟତୀତ ଯଦି ଅକ୍ଟୋପସ୍ କୁ ଯଦି ତାର ବାତାବରଣ ଭଲ ନଲାଗେ ସେ ନିଜର ବାହୁକୁ କାଟିବା ଆରମ୍ଭ କରିଥାଏ । ଅକ୍ଟୋପସ୍ ସମୁଦ୍ରରେ ରହି ମଧ୍ୟ ଘରେ ରହିଥାଏ ଲଗାତର ଭାବେ ଘର ପରିବର୍ତ୍ତନ କରିଥାଏ ।

 

Get real time updates directly on you device, subscribe now.