fbpx

ଲାଞ୍ଚ ନେଇ ଆଇସିଡିଏସ ସୁପରଭାଇଜର ଗିରଫ

ନୂଆପଡ଼ା(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଲାଞ୍ଚ ନେବା ଅଭିଯୋଗରେ ଆଇସିଡିଏସ୍ ସୁପରଭାଇଜରଙ୍କୁ ଗିରଫ କରାଯାଇଛି । ୮୦ ହଜାର ଟଙ୍କା ଲାଞ୍ଚ ନେଇ ଆଇସିଡିଏସ ସୁପରଭାଇଜର ଗିରାଫ ହୋଇଥିବା ଜଣାପଡିଛି । ସିନାପାଲି ବ୍ଲକ ଆଇସିଡିଏସ ସୁପରଭାଇଜର ହର୍ଷମଣି ଦେଈ ଗିରଫ ହୋଇଛନ୍ତି । ଅଙ୍ଗନାବାଡି ନିଯୁକ୍ତି ପାଇଁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଭିଯୋଗ ଅନୁସାରେ ହର୍ଷମଣି ଦେଈ ଏଥିପାଇଁ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିବା ଜଣାପଡିଛି । ଲାଞ୍ଚ ନେଉଥିବା ବେଳେ ଗିରଫ କରିବା ସହିତ ନୂଆପଡାର ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

Get real time updates directly on you device, subscribe now.