fbpx
BJD SKY
BJD SKY

କ୍ରିସମାସ୍ ପରେଡ୍ ଉପରକୁ ମାଡ଼ିଗଲା କାର୍, ଅନେକଙ୍କ ମୃତ୍ୟୁ ହେବାସହ ୨୦ରୁ ଅଧିକ ହୋଇଛନ୍ତି ଆହତ, ଦେଖନ୍ତୁ ଛାତିଥରା ଭିଡିଓ

BJD

ୱାଶିଂଟନ୍: ଆମେରିକାର ୱିସକନ୍ସିନ୍ ଠାରେ ରବିବାର ଦିନ ଗୋଟିଏ କାର୍ କ୍ରିସମାସ୍ ପରେଡ୍ ରେ ମାଡ଼ିଯାଇଥିଲା । ଯେଉଁଥିରେ ଅନେକ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ସହିତ ୨୦ଜଣରୁ ଅଧିକ ଆହତ ହୋଇଛନ୍ତି । ଗାଡ଼ିଟି ପରେଡ୍ ଭିତରକୁ ହଠାତ୍ ମାଡ଼ି ଯାଇଥିଲା । ଫଳରେ ପରେଡ୍ ରେ ସାମିଲ ଥିବା ଅନେକଙ୍କ ଉପରକୁ ଗାଡ଼ି ମାଡ଼ିଯାଇଥିଲା । ରବିବାର ଦିନ ସନ୍ଧ୍ୟା ୪ଟା ୩୦ ମିନିଟ୍ ରେ ଏହି ଘଟଣା ଘଟିଛି । ଏହାର ଭିିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ୱକେଶା ପୋଲିସ୍ ପ୍ରମୁଖ ଡେନିଏଲ୍ ଥମ୍ପସନ୍ । ରବିବାର ସନ୍ଧ୍ୟାରେ ସେ ଏହି ଘଟଣାକୁ ନେଇ ପ୍ରେସ କନଫରେନ୍ସ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଗାଡ଼ିଟି ୨୦ରୁ ଅଧିକ ଜଣଙ୍କୁ ଧକ୍କା ଦେଇଛି । ଯେଉଁଥିରେ କିଛି ଛେଟେ ପିଲା ମଧ୍ୟ ରହିଥିଲେ । ପରିଣାମସ୍ୱରୂପ କିଛି ଜଣଙ୍କର ମୃତ୍ୟୁ ହୋଇଯାଇଛି” ।

ୱକେଶା ହଲିଡେ ପରେଡ୍ କୁ ରବିବାର ଦିନ ସିଧାପ୍ରସାରଣ କରାଯାଇଥିଲା । ଏହାକୁ ଫେସବୁକ୍ ପେଜ୍ ରେ ଲାଇଭ୍ କରାଯାଇଥିବା ବେଳେ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ, ହଠାତ୍ ଏକ ଏସୟୁଭି ଗାଡ଼ି ଭିଡ ଉପରକୁ ମାଡ଼ି ଯାଉଛି । ଲୋକମାନଙ୍କୁ ପଛପଟୁ ଧକ୍କା ଦେଇ ସ୍ପିଡ୍ ରେ ମାଡ଼ି ଯାଇଛି । ଏଥିରେ ଏକରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.