fbpx

ରାତିରେ ଉଠି ବାରମ୍ବାର ପରିସ୍ରା ଯାଉଛନ୍ତି କି? ଏହି ଗମ୍ଭୀର ରୋଗର ହୋଇପାରେ ସଙ୍କେତ, ଜାଣନ୍ତୁ ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ ରାତିରେ ବାରମ୍ବାର ଉଠି ବାଥରୁମ୍ ଯାଉଛନ୍ତି, ତେବେ ଆପଣଙ୍କ ଏହି ଅଭ୍ୟାସ କ୍ୟାନ୍ସର ଭଳି ଗମ୍ଭୀର ରୋଗର ସଙ୍କେତ ହୋଇପାରେ । ଏପରି ଅବସ୍ଥାକୁ Nocturia କୁହାଯାଏ, ଯେଉଁଥିରେ ଆପଣ ରାତିରେ ବାରମ୍ବାର ରାତିରେ ଉଠି ପରିସ୍ରା କରିବାକୁ ଯାଆନ୍ତି ।

ଆମେରିକୀୟ ଏକାଡେମିକ୍ ମେଡିକାଲ୍ ସେଣ୍ଟର୍ Cleveland Clinic ଅନୁସାରେ, ରାତିରେ ବାରମ୍ବାର ପରିସ୍ରା ଯିବାର ଅଭ୍ୟାସ Prostate Cancerର ମଧ୍ୟ ସଙ୍କେତ ହୋଇପାରେ ।
ଡାକ୍ତରୀ ବିଶେଷଜ୍ଞଙ୍କ ଅନୁସାରେ, ପୁରୁଷମାନଙ୍କୁ ସ୍କିନ୍ କ୍ୟାନ୍ସର ପରେ ହେଉଥିବା ସବୁଠାରୁ ସାଧାରଣ ରୋଗ ହେଉଛି ରାତିରେ ଉଠି ବାରମ୍ବାର ବାଥରୁମ୍ ଯିବା ଓ ଏହି ଅଭ୍ୟାସ Prostate Cancerର ଲକ୍ଷଣ ବି ହୋଇପାରେ । ଯଦି ଆପଣ ବି ରାତିରେ ବାରମ୍ବାର ପରିସ୍ରା ଯାଉଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ । Nocturiaର ଏହି ଅବସ୍ଥାରେ ଆପଣ ଉଜାଗର ରୁହନ୍ତି, କାରଣ ଆପଣ ବାରମ୍ବାର ପରିସ୍ରା ଯିବାର ଅନୁଭବ କରନ୍ତି ।

Prostate Cancer ରୋଗର ୨୫ ପ୍ରତିଶତ ମାମଲାରେ Severe Nocturia ସମସ୍ୟା ଦେଖାଦେଇଥିଲା । ଅଧ୍ୟୟନ ଅନୁସାରେ, ଏହା ରେଡିସନ୍ ଟ୍ରିଟମେଣ୍ଟର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଏହା ସେତେବେଳେ ହୋଇଥାଏ, ଯେତେବେଳେ ଏକ ଟ୍ୟୁମର ଆକାରରେ ବୃଦ୍ଧି ପାଏ ଓ ମୂତ୍ରାଶୟ ଉପରେ ଚାପ ପକାଇଥାଏ । ପ୍ରାରମ୍ଭିକ ଅବସ୍ଥାରେ Prostate Cancer ଚିହ୍ନଟ କରିବା କଷ୍ଟକର, କାରଣ ଏହାର ଲକ୍ଷଣ ଦୃଶ୍ୟମାନ ହୋଇନଥାଏ ।

Cleveland Clinic ଅନୁସାରେ, ବାରମ୍ବାର ପରିସ୍ରା ଲାଗିବା କାରଣରୁ ଏହି ରୋଗର ଲକ୍ଷଣ ବଢ଼ିଯାଏ । ଏହାର ଅର୍ଥ ଆପଣଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରିଦେବା ଉଚିତ୍ । Prostate Cancer ରୋଗରେ ବାରମ୍ବାର ପରିସ୍ରା କରିବାର ଆବଶ୍ୟକତା ପଡିବ । ବିଶେଷକରି ରାତିରେ ଅଧିକ ଥର ପରିସ୍ରା ଯିବାକୁ ପଡିଥାଏ ।

Prostate Cancer ରୋଗରୁ କିପରି ରକ୍ଷାପାଇବେ ?

– ଯଦି ଆପଣ ଖାଦ୍ୟରେ ଫଳ, ପନିପରିବା, ଡାଲି ଓ ମାଛ ଭଳି ଜିନିଷ ଅନ୍ତର୍ଭୁକ୍ତ କରନ୍ତି, ତେବେ କ୍ୟାନ୍ସର ରୋଗର ବିପଦ କମିଯାଏ ।
-ଫଳଗୁଡିକରେ ସ୍ୱାଭାବିକ ଭାବରେ ପ୍ଲାଣ୍ଟ କମ୍ପାଉଣ୍ଡ Carotenoids ରହିଥାଏ, ଯାହା ଶରୀରକୁ ଡିଏନଏ କ୍ଷତିରୁ ରକ୍ଷା କରିଥାଏ ।
-ନାଲି ରଙ୍ଗର ଫଳ ଖାଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ । କାରଣ ଏଥିରେ ଲାଇକୋପିନ୍ ଥାଏ, ଯାହା ଶରୀରକୁ କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ ।
-ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣଙ୍କର ଡାଇଟ୍ ଅଭ୍ୟାସ Prostate Cancer ହେବାର ଆଶଙ୍କାକୁ କମ୍ କରିଥାଏ ଓ ଏହାର ବିସ୍ତାରକୁ ରୋକିଥାଏ । ତେଣୁ Prostate Cancer କୁ ରୋକିବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନିଅନ୍ତୁ ।

Get real time updates directly on you device, subscribe now.