fbpx

୩୦ ବିଜେପି କର୍ମୀ ଗିରଫ, ଜାଣନ୍ତୁ କାରଣ

ବାଲିଗୁଡ଼ା(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଲାଗିରହିଛି ମମିତା ତାତି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିଜେପି କର୍ମୀ । କଳାପତାନା ପ୍ରଦର୍ଶନ ଦେଖାଉଥିବା ବେଳେ ୩୦ ବିଜେପି କର୍ମୀଙ୍କୁ ଉଠାଇନେଇଛି ପୋଲିସ । ବିଜେପି କର୍ମୀଙ୍କ ସହିତ କଂଗ୍ରେସର ୨୦ ଜଣ କର୍ମୀଙ୍କୁ ପୋଲିସ ଗିରଫ କରିଛି ।

ତେବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫୁଲବାଣୀର ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦ ଛକରେ ବିଜେପି କର୍ମୀଙ୍କ କଳାପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ନାରାୟଣୀ ମନ୍ଦିର ଛକରେ କଂଗ୍ରେସ କର୍ମୀ କଳାପତାକା ଦେଖାଇଥିଲେ । କଳାପତାକା ପ୍ରଦର୍ଶନ କରିଥିବା ଉଭୟ ଦଳର କର୍ମୀଙ୍କୁ ଉଠାଇନେଇଛି ପୋଲିସ ।

Get real time updates directly on you device, subscribe now.