fbpx

ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନଙ୍କୁ ମିଳିଲା ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ପାକିସ୍ତାନର ଫାଇଟର ଜେଟ ଏଫ-୧୬କୁ ବିଧ୍ୱଂସ କରିଥିବା ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନ ବର୍ଥମାନଙ୍କୁ ସମ୍ମାନିତ କରାଯାଇଛି । ଅଭିନନ୍ଦନ ପାଇଛନ୍ତି ବୀର ଚକ୍ର ସମ୍ମାନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ପୂର୍ବରୁ ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ୍ କ୍ୟାପ୍ଟେନ ପଦକୁ ପ୍ରମୋସନ ଦିଆଯାଇଥିଲା । ପୁଲୱାମା ଆକ୍ରମଣ ପରେ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ସମୟରେ ସେ ଏଫ-୧୬ ଫାଇଟର ଜେଟକୁ ଖସାଇ ନିଜର ବୀରତ୍ୱର ପରିଚୟ ଦେଇଥିଲେ । ଗତ ୨୦୧୯ ମସିହା ଫେବୃଆରୀ ୨୭ରେ ସେ ମିଗ-୨୧ ଏୟାରକ୍ରାଫ୍ଟରେ ଲଢ଼େଇ କରି ପ୍ରତିପକ୍ଷଙ୍କ ଜେଟକୁ ଧ୍ୱଂସ କରିଦେଇଥିଲେ ।

ଏହି ଘଟଣା ପରେ ପାକିସ୍ତାନୀ ଏୟାରଫୋର୍ସ ପକ୍ଷରୁ ଅଭିନନ୍ଦନଙ୍କ ଉପରେ ହମଲା କରାଯାଇଥିଲା । ଫଳରେ ସେ ପାକିସ୍ତାନ ସୀମାରେ ଖସିପଡ଼ିଥିଲେ ଓ ତାଙ୍କୁ ଗିରଫ କରାଯାଇଥିଲା । ମାତ୍ର ଏସବୁ ମଧ୍ୟରେ ଅଭିନନ୍ଦନ ଡରି ନଯାଇ ନିଜର ଅସୀମ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଥିଲେ । ତାଙ୍କ ପାଖରେ ଥିବା ଅନେକ ଭାରତୀୟ ଗୁପ୍ତ ଡକ୍ୟୁମେଣ୍ଟକୁ ନଷ୍ଟ କରିଥିଲେ, ଯାହାକି ଶତ୍ରୁ ହାତରେ ପଡ଼ିଥିଲେ ଦେଶର ବହୁତ କିଛି କ୍ଷତି ଘଟିଥାନ୍ତା । ପରବର୍ତ୍ତୀ ସମୟରେ ଭାରତର ଚାପ ପରେ ଅଭିନନ୍ଦନଙ୍କୁ ୱାଘା ବର୍ଡରରେ ହସ୍ତାନ୍ତର କରାଯାଇଥିଲା । ଆମେରିକା ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏଫ-୧୬କୁ ଖସାଇ ସେ ସମୟରେ ଅଭିନନ୍ଦନ କେବଳ ନ୍ୟାସନାଲ ନୁହେଁ ଇଣ୍ଟରନ୍ୟାସନାଲ ହିରୋ ପାଲଟି ଯାଇଥିଲେ ।

Get real time updates directly on you device, subscribe now.