fbpx

୫-ଟି ଅର୍ଥ ହେଉଛି ୫ ଜଣ ଟାଉଟର୍: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବଢ଼ିଲା ବିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘୫-ଟିର ଅର୍ଥ ହେଉଛି ପାଞ୍ଚ ଜଣ ଟାଉଟର’ । ଏପରି ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପୂର୍ବରୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଏପରି ବୟାନ ଦେଇ ବିବାଦ ଘେରକୁ ଆସିଥିଲେ । ଜିଲ୍ଲାପାଳମାନେ ବିଜୁ ଜନତା ଦଳର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ବୋଲି କିଛି ଦିନ ପୂର୍ବରୁ ସେ କହିଥିଲେ ।

ଗତକାଲି କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ ମାର୍ଶାଘାଇ ବ୍ଲକ ଗହଗାପାଟ ଜଳ ନିଷ୍କାସନ ସମସ୍ୟା ଅନୁଧ୍ୟାନ କରିଥିଲେ । ଏହି ସମୟରେ ସାମ୍ବାଦିକମାନେ ତାଙ୍କୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ ଯୋଜନା ସମ୍ପର୍କିତ କିଛି ପ୍ରଶ୍ନ ପଚାରିଥିଲେ । ରାଜ୍ୟର ଅଧିକାଂଶ ସ୍କୁଲରେ ଶିକ୍ଷକ ନଥିବା ବେଳେ ୫-ଟି ଅଧୀନରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କିପରି କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ତେବେ ଏନେଇ ଶ୍ରୀ ଟୁଡୁ ୫-ଟିର ମାନେ କ’ଣ ବୋଲି ପାଲଟା ପ୍ରଶ୍ନ କରିଥିଲେ । ୫-ଟି ମାନେ ହେଉଛି ୫ ଜଣ ଟାଉଟର । ୫-ଟି ନାମରେ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇ ହଜାର ହଜାର କୋଟି ଟଙ୍କା ଧାର କରି ବିଭିନ୍ନ ସରକାରୀ ଯୋଜନା ଚଳାଇଥିବା ସେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.