fbpx
BJD SKY
BJD SKY

ବିବାହ ପରଠାରୁ ସବୁବର୍ଷ ଗର୍ଭବତୀ ହେଉଛନ୍ତି ଏହି ମହିଳା, ଆସନ୍ତା ବର୍ଷ ହେବ ୧୨ ନମ୍ବର ଶିଶୁ

BJD

ନୂଆଦିଲ୍ଲୀ: ନ୍ୟୁ ମେକ୍ସିକୋ ରେ ରହୁଥିବା ଜଣେ ମହିଳା ମା’ ହେବାକୁ ନେଇ ଏବେ ଆଲୋଚନାର ପରିସରକୁ ଆସିଛନ୍ତି । ଏହାର କାରଣ ହେଲା ସେ ବିବାହ ପରଠାରୁ ଏ ପର୍ଯ୍ୟନ୍ତ ସବୁ ବର୍ଷ ଗର୍ଭବତୀ ହେଉଛନ୍ତି । ସେ ଗର୍ଭନିରୋଧକ ଉପାୟ ଗ୍ରହଣ ନ କରିବା କାରଣରୁ ସବୁ ବର୍ଷ ସେ ଗର୍ଭବତୀ ହେଉଛନ୍ତି । ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ ର ଶିକାର ହେବାକୁ ପଡ଼ୁଛି । ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ସେ ନିଜର ୧୨ ନମ୍ବର ଶିଶୁକୁ ଜନ୍ମ ଦେବେ । ଏପର୍ଯ୍ୟନ୍ତ ସେ ୧୧ଟି ଶିଶୁକୁ ଜନ୍ମ କରିସାରିଲେଣି ।

କାର୍ଟନୀ ରୋଜର୍ସ ନାମକ ଏହି ମହିଳାଙ୍କ ଇନଷ୍ଟ୍ରାଗ୍ରାମରେ ୨୯ ହଜାର ଫଲୋର୍ସ ରହିଛନ୍ତି । ସେ ଲଗାତର ଭାବରେ ଗର୍ଭବତୀ ହେବାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ ର ଶିକାର ହେଉଛନ୍ତି । ହେଲେ ତାଙ୍କୁ ଏସବୁରୁ କୌଣସି ପ୍ରଭାବ ପଡ଼େନାହିଁ ବୋଲି କହିଛନ୍ତି କାର୍ଟନୀ ।

୩୭ ବର୍ଷୀୟ କାର୍ଟନୀ ୨୦୦୮ ମସିହାରେ ପାଦରୀ କ୍ରିସ୍ ଙ୍କୁ ବିବାହ କରିଥିଲେ । ଏହାପରଠାରୁ ପ୍ରତିବର୍ଷ ସେ ଗର୍ଭବତୀ ହୋଇଆସୁଛନ୍ତି । ଏବେ ସେ ୧୨ଥର ପାଇଁ ଗର୍ଭବତୀ ଅଛନ୍ତି ଓ ଡାକ୍ତର ତାଙ୍କୁ ଡେଲିଭେରୀ ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ଡେର୍ଟ ଦେଇଛନ୍ତି । ତାଙ୍କର ୧୧ଟି ଛୁଆ ଥିବା ବେଳେ ସେମାନଙ୍କ ନାମ ହେଲା; କ୍ଲିଣ୍ଟ, କ୍ଲେ, କେଡ୍, କୈଲୀ, କୈଶ୍, କାଲ୍ଟ, କେସ୍, କେଲୀନା, କରୋଲୀ ଓ କୈରିସ୍ । ସବୁଠାରୁ ବଡ଼ ପୁଅର ବୟସ ହେଉଛି ୧୧ ବର୍ଷ ଓ ସବୁଠାରୁ ସାନ ସନ୍ତାନାର ନାମ ହେଉଛି ୧ ବର୍ଷ । କାର୍ଟନୀ ସବୁ ଶିଶୁଙ୍କର ଲାଳନ ପାଳନ କରନ୍ତି । ପିଲାମାନଙ୍କୁ ସେ ନିଜେ କରିଥିବା ଫାର୍ମରେ ଲଗାଇଥିବା ଫଳ ଖାଇବାକୁ ଦିଅନ୍ତି । ତାଙ୍କ ସ୍ୱାମୀ ଗୋଟିଏ ଚର୍ଚ୍ଚରେ କାମ କରିବା ସହିତ ଅନ୍ୟ କାମ ମଧ୍ୟ କରନ୍ତି ।

Get real time updates directly on you device, subscribe now.