fbpx

ରାଜଧାନୀରେ ବାୟୂ ପ୍ରଦୂଷଣର କହର: ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ପଶିପାରିବନି ଟ୍ରକ୍

Advertisement

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତିରେ କୌଣସି ପ୍ରକାର ସୁଧାର ଆସିନାହିଁ । ଯାହାଫଳରେ େନେଇ ଲଗାଯାଇଥିବା କଟକଣା ବଳବତ୍ତର ରହିଛି । ଏହି ପରିପ୍ରେକ୍ଷୀରେ ଲାଗୁ ହୋଇଥିବା କଟକଣାକୁ ଆହୁରି କିଛି ଦିନ ବଢ଼ାଇ ଦେଇଛନ୍ତି । ବାୟୂ ପ୍ରଦୂଷଣ ହେଉଥିବା ଯୋଗୁଁ ସରକାରୀ ସ୍କୁଲକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହା ଭିତରେ ଅନଲାଇନ୍ ରେ ବୋର୍ଡ ପରୀକ୍ଷା ଜାରି ରହିବ ।

ରବିବାର ଦିନ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରି ବିଦ୍ୟାଳୟଗୁଡ଼ିକର ବନ୍ଦ ରଖିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ଆହୁରି ବଢ଼ାଇ ଦେଇଛନ୍ତି । ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଏହି ଆଦେଶ ସମ୍ପର୍କରେ ଅବଗତ କରାଇବାକୁ କୁହାଯାଇଛି ।

କିଛି ଦିନ ହେବ ପ୍ରଦୂଷଣ ହେତୁ ବାୟୁ ଖରାପ ହେଉଥିବାରୁ ଗୁଣବତ୍ତା ପରିଚାଳନା ଆୟୋଗ ନିର୍ଦ୍ଦେଶ ଜାରି କରି ସବୁ ସ୍କୁଲ ଓ କଲେଜକୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଥିଲା । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସ୍କୁଲ-କଲେଜ୍ ବନ୍ଦ ରଖିବାର ଆଦେଶକୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରଖିବାକୁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ, ସରକାରୀ ସହାୟତା ପ୍ରାପ୍ତ, ସ୍ୱୀକୃତିପ୍ରାପ୍ତ, ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ୍ (ଏନଡିଏମସି), ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ଦିଲ୍ଲୀ କ୍ୟାଣ୍ଟ ବୋର୍ଡର ସମସ୍ତ ବିଦ୍ୟାଳୟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜଧାନୀରେ ଆଗାମୀ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସବୁ ପ୍ରକାର ନିର୍ମାଣ ଗତିବିଧି କିମ୍ବା ବିଲ୍ଡିଂ ଆଦି ଭାଙ୍ଗିବା ଭଳି କାର୍ଯ୍ୟକଳାପକୁ ରୋକିବାକୁ କୁହାଯାଇଛି । ଏହା ସହିତ ଦିଲ୍ଲୀକୁ ବିନା ଅନୁମତିରେ କୌଣସି ପ୍ରକାର ଟ୍ରକ୍ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Get real time updates directly on you device, subscribe now.