fbpx

ଦୀପାବଳି ପରେ ଲାଗୁ ହେବନି Odd-Even ନିୟମ: ଦିଲ୍ଲୀ ପ୍ରଦୂଷଣକୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରାରେ ଯଥେଷ୍ଟ ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସହରରେ କୃତ୍ରିମ ବର୍ଷା କରାଇଛନ୍ତି ରାଜ୍ୟ ସରକାର । ଏହାପରେ ସାରା ରାଜ୍ୟର ବାୟୁମଣ୍ଡଳରେ ସୁଧାର ପରିଲକ୍ଷିତ ହୋଇଛି । ବାୟୁ ପ୍ରଦୂଷଣର ରୂପ ବର୍ତ୍ତମାନ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି । ଯାହା ସରକାରଙ୍କ ସମେତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତିି ଦେଇଛି । ତେବେ ଏହାପରେ ରାଜ୍ୟ ସରକାର ଅଡ୍-ଇଭେନ୍ ନିୟମକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜଧାନୀ ଦିଲ୍ଲୀରେ କୃତ୍ରିମ ବର୍ଷା ଯୋଗୁଁ ମୌସୂମୀରେ ପରିବର୍ତ୍ତନ ଦେଖା ଦେଇଛି । ଏହାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୀପାବଳି ପରେ ଲାଗୁ ହେବାକୁ ଥବା ଅଡ୍-ଇଭେନ୍ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ପରିସ୍ଥିତିରେ ଅଡ୍-ଇଭେନ୍ ନିୟମ ଲାଗୁ ନ କରିବା ପାଇଁ ଘୋଷଣା କରିଛନ୍ତି ମନ୍ତ୍ରୀ ଗୋପାଳ ରାୟ । ଏହାପୂର୍ବରୁ ଦିଲ୍ଲୀରେ ନଭେମ୍ବର ୧୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅଡ୍-ଇଭେନ୍ ନିୟମ ଲାଗୁ କରାଯିବ ନାହିଁ । ରାଜ୍ୟରେ ହ୍ରାସ ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ଏକ ପଦକ୍ଷେପ ନେଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ।

Get real time updates directly on you device, subscribe now.