fbpx

କରୋନା: ଇଂଲଣ୍ଡରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର):କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ଓଡିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ ସେ ଇଂଲଣ୍ଡରେ ଜଣେ କାର୍ଯ୍ୟରତ ଡାକ୍ତର ଭାବେ ନିଯୁକ୍ତ ଥିଲେ । ସେ ଜଣେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଥିବା ଜଣାପଡିଛି ।

ଓଡିଆ ଡାକ୍ତର ରାଧାରମଣଙ୍କ ଘର କଟକର ବାରୱାଡିପଟିରେ ହୋଇଥିବା ବେଳେ ସେ ନିଜ ପରିବାର ସହ ଇଂଲଣ୍ଡର କେଣ୍ଟରେ ରହୁଥିଲେ । ତାଙ୍କ ବୟସ ପାଖାପାଖି ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ସହ ସେ ଏସ.ସି.ବି ମେଡିକାଲ କଲେଜରୁ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ ।

Get real time updates directly on you device, subscribe now.