fbpx

Ollywood ପାଇଁ ଗୌରବ ଆଣିଲା ‘ଦମନ’: ଓଡ଼ିଆ ଫିଲ୍ମକୁ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା କଳାକାରମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି । ୨୦୨୨ ମସିହା ଜାନୁଆରୀ ୧ ତାରିଖଠାରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯେଉଁ ଫିଲ୍ମଗୁଡ଼ିକୁ ସେନ୍ସର ବୋର୍ଡ ପକ୍ଷରୁ ସେନ୍ସର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏଥର ସେହି ଫିଲ୍ମଗୁଡ଼ିକୁ ଆୱାର୍ଡ ଦିଆଯାଇଛି । ‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ ଅରିଜୀତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପୁରସ୍କୃତ କରାଯାଇଛି । ଖଣ୍ଡପୀଠ ସଦସ୍ୟମାନେ ହେଉଛନ୍ତି ଫିଚର ଫିଲ୍ମ ଜୁରିର ଚେୟାରମ୍ୟାନ୍ ରାହୁଲ ରାୱେଲ; ଅଣ-ଫିଚର ଫିଲ୍ମ ଜୁରିର ଅଧ୍ୟକ୍ଷ ନୀଲା ମାଧବ ପଣ୍ଡା; ଏବଂ ସିନେମା ଜୁରି ଉପରେ ଶ୍ରେଷ୍ଠ ଲେଖାର ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ମୁଦାଲେର୍ ।

ସେହିପରି ବେଷ୍ଟ ମ୍ୟୁଜିକ ଡାୟରେକ୍ସନରେ ‘ଫୁରସତ’ ପାଇଁ ବିଶାଳ ଭରଦ୍ୱାଜଙ୍କୁ ପୁରସ୍କୃତ କରାଯାଇଛି । ସ୍ପେଶାଲ ମୋସନ କ୍ୟାଟେଗୋରୀରେ ଫିଲ୍ମ ‘ଗୁଲମୋହର’ ପାଇଁ ମନୋଜ ବାଜପେୟୀଙ୍କୁ ପୁରସ୍କୃତ କରାଯାଇଛି । ତେବେ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣାରେ ଗୋଟିଏ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ଚମକିଛି । ଓଡ଼ିଆ ଫିଲ୍ମ ‘ଦମନ’ ରାଜ୍ୟ ପାଇଁ ଗୌରବ ଆଣିଛି । ଅଭିନେତା ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’କୁ ବେଷ୍ଟ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି ।

70th National Film Awards: Aattam, Gulmohar, Rishabh Shetty, KGF & more - check full list of winners RKK

  • ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ: ସୁରଜ ଆର, ବରଜାତିୟା (ଉଞ୍ଚାଇ)
  • ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର: ଆତ୍ତମ(ମାଲାୟାଲମ୍)କୁ ବେଷ୍ଟ ଫିଚର୍ ଚଳଚ୍ଚିତ୍ର ମୋଭି
    କାନ୍ତାରାକୁ ବେଷ୍ଟ ହୋଲସମ୍ ଏଣ୍ଟରଟେନମେଣ୍ଟ
    ବ୍ରହ୍ମାସ୍ତ୍ର ବେଷ୍ଟ VFX ସିନେମା
  • ସର୍ବଶ୍ରେଷ୍ଠ ଅଭିନେତା: ରିଷଭ ଶେଟ୍ଟୀ (କାନ୍ତାରା)
  • ସର୍ବଶ୍ରେଷ୍ଠ ଅଭିନେତ୍ରୀ: ନିତ୍ୟା ମେନନ୍ ଏବଂ ମାନସୀ ପାରେଖ
  • ସର୍ବଶେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ଅରିଜିତ ସିଂହ (ବ୍ରହ୍ମାସ୍ତ୍ର)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ପ୍ରୀତମ୍ (ବ୍ରହ୍ମାସ୍ତ୍ର)
    ଏ.ଆର ରହମାନ୍(ପି.ଏସ-୨)- ବେଷ୍ଟ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍
    ଆନନ୍ଦ କ୍ରୀଷ୍ଣମୂର୍ତ୍ତୀ(ପି.ଏସ)- ବେଷ୍ଟ ସାଉଣ୍ଡ ଡିଜାଇନର୍
  • ଶେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ଗୁଲମୋହର
  • ଶ୍ରେଷ୍ଠ କନ୍ନଡ଼ ଚଳଚ୍ଚିତ୍ର: କେ.ଜି.ଏଫ-୨
  • ଶ୍ରେଷ୍ଠ ତେଲୁଗୁ ଏବଂ ତାମିଲ ସିନେମା: କାର୍ତ୍ତିକେୟ-୨ ଏବଂ ପି.ଏସ-୨
  • ସ୍ପେଶାଲ ମୋସନ୍: ଗୁଲମୋହର
  • ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: କେ.ଜି.ଏଫ ଚାପ୍ଟର ୨
  • ଶ୍ରେଷ୍ଠ କୋରିଓଗ୍ରାଫି: ତିରୁଚିତ୍ରାବାଲମ୍
  • ଶ୍ରେଷ୍ଠ ଗୀତ: ଫୌଜା
  • ଶ୍ରେଷ୍ଠ ରୂପସଜ୍ଜା: ଅପରାଜିତୋ
  • ଶ୍ରେଷ୍ଠ ପୋଷାକ: କୁଚ୍ଚ ଏକ୍ସପ୍ରେସ
  • ଶ୍ରେଷ୍ଠ ପ୍ରଡକ୍ସନ୍ ଡିଜାଇନ୍: ଅପରାଜିତୋ
  • ଶ୍ରେଷ୍ଠ ଏଡିଟିଙ୍ଗ: ଆତ୍ତାମ୍
  • ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍: ପି.ଏସ- ପାର୍ଟ ୧
  • ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ: ଆତ୍ତାମ

Get real time updates directly on you device, subscribe now.