fbpx

କରୋନା: କଟକରେ ଫସିଲେ ସ୍ୱାମୀ, ମୁମ୍ବାଇରେ ଚାଲିଗଲା ଓଡିଆ ଶିକ୍ଷୟିତ୍ରୀଙ୍କ ଜୀବନ

Advertisement

କରୋନା ପାଇଁ ଏବେ ହନ୍ତସନ୍ତ ହେଉଛି ମଣିଷ । ଗୋଟିଏ ପଟେ ଅନ୍ୟତ୍ର ଚଳପ୍ରଚଳ କରିପାରୁନଥିବା ବେଳେ ଆତ୍ମୀୟମାନଙ୍କୁ ହରାଇବାର ଦୁଃଖ ମଣିଷ ସମାଜକୁ ଦୁର୍ବଳ କରିଚାଲିଛି । ସେହିପରି ମୁମ୍ବାଇର ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ଜଣେ ଓଡିଆ ମହିଳାଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । କିନ୍ତୁ ଦୁଃଖର କଥା ଏହି କି ଯେ, ମୃତ୍ୟୁ ବେଳକୁ ତାଙ୍କୁ ଆହା ପଦେ କହିବାକୁ କେହି ବି ସାଙ୍ଗରେ ନଥିଲେ ।

ମୃତ୍ୟୁସମୟରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ କଟକଟରେ ଫସିଥିବା ବେଳେ ମୁମ୍ବାଇ ଫ୍ଲାର୍ଟରେ ରହୁଥିଲା ତାଙ୍କର ୧୩ ବର୍ଷର ଝିଅ । ଏମିତିକି ମହିଳାଙ୍କ ମରଶରୀରକୁ ଦେଖିବା ବା ଶେଷକୃତ୍ୟ ସମ୍ପନ୍ନ କରିବା ବି ପରିବାର ଲୋକଙ୍କ ପାଇଁ ସମ୍ଭବ ହୋଇପାରିଲା ନାହିଁ ।

ତେବେ ମୃତ ମହିଳାଙ୍କ ନାମ ସୁଜାତା ମହାପାତ୍ର ହୋଇଥିବା ବେଳେ ସେ ତାଙ୍କ ଝିଅ ଓ ସ୍ୱାମୀ ସୁଶାନ୍ତଙ୍କ ସହ ମୁମ୍ବାଇରେ ରହୁଥିଲେ । ସୁଶାନ୍ତ ମା ଗୁରୁତର ଅସୁସ୍ଥ ହୋଇଥିବାରୁ ସେ ତାଙ୍କୁ ଦେଖା କରିବାକୁ କଟକ ଆସିଥିଲେ । କିନ୍ତୁ ଲକଡାଉନ ଯୋଗୁଁ ଆଉ ମୁମ୍ବାଇ ଫେରିପାରିନଥିଲେ । ଅନ୍ୟପଟେ ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ବାହାରକୁ ଯାଇ କରୋନାର ଆକ୍ରାନ୍ତ ହୋଇଥିଲେ ସୁଜାତା । କିନ୍ତୁ ଠିକ୍ ଚିକିତ୍ସା ନମିଳିପାରିବାକୁ ମେ ୨୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ସମ୍ପର୍କୀୟ ମାନେ ଚାହିଁଲେ ମଧ୍ୟ ତାଙ୍କ ଝିଅକୁ ସାହାର୍ଯ୍ୟ କରିପାରୁନଥିବାରୁ ସେ ଏକୁଟିଆ ରହୁଥିଲା । ବିମାନ ଚଳାଚଳ ଆରମ୍ଭ ହେବାକୁ ସୁଶାନ୍ତ ସେଠାରେ ପହଞ୍ଚିଥିଲେ ସତ, ହେଲେ ସେତେବେଳକୁ ସବୁ କିଛି ଶେଷ ହୋଇସାରିଥିଲା । ସୁଜାତା ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଇଥିଲେ ।

Get real time updates directly on you device, subscribe now.