fbpx
BJD SKY
BJD SKY

(Video) ହୋଲି ଖେଳିବା ପୂର୍ବରୁ ସହିଦ ହୋଇଗଲେ ଓଡ଼ିଆ ଯବାନ: ହସଖୁସିରେ ଘରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ୍ୟୁ କେବେ ଆସିବ ତାହା କେହି କହି ପାରିବେ ନାହିଁ । ମୃତ୍ୟୁ ଜଣଙ୍କୁ ନେଇଯାଏ, ମାତ୍ର ତା’ର ଭୟଙ୍କର ଯନ୍ତ୍ରଣାରେ ପରିବାର, ବନ୍ଧୁବାନ୍ଧବ ସମସ୍ତଙ୍କୁ ଭସାଇ ଦେଇଥାଏ । ଏପରି କିଛି ଘଟିଛି ଜଣେ ଓଡ଼ିଆ ବୀର ଯବାନଙ୍କ ସହ । ହୋଲି ଖେଳିବା ପରେ ହସଖୁସିରେ ଘରକୁ ବାହାରୁଥିଲେ । ମାତ୍ର ବିଧିର ବିଧାନ ଥିଲା ଅଲଗା । ଘରେ ପହଞ୍ଚିବା ପୂର୍ବରୁ ଓଡ଼ିଆ ଯବାନ ସହିଦ ହୋଇଯାଇଥିଲେ । ଏପରି ବୀରଙ୍କୁ ହରାଇ ଆଜି ପରିବାର, ଗ୍ରାମବାସୀଙ୍କ ସତେ ସମଗ୍ର ଅଞ୍ଚଳ କାନ୍ଦୁଛି ।

ବାୟୁସେନାରେ କାର୍ଯ୍ୟରତ ଥିବା ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳର ବୀର ଓଡ଼ିଆ ଯବାନ ସି.ଏଚ ନାଗରାଜୁ ଘରକୁ ବାହାରିଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ସେ ତଳେ ପଡ଼ିଯାଥିଲେ । ଏହାପରେ ତାଙ୍କର ସହକର୍ମୀମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଗୁଜରାଟ ଗାନ୍ଧୀଧାମ ବାୟୁସେନାର ଟେକ୍ନିକାଲ ବିଭାଗରେ କାର୍ଯ୍ୟରତ ଥିଲେ ନାଗରାଜୁ । ନାଗରାଜୁଙ୍କ ସହିଦ ହେବା ଖବର ଶୁଣି ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି । ୩୪ ବର୍ଷୀୟ ନାଗରାଜୁଙ୍କୁ ହରାଇ ତାଙ୍କର ପତ୍ନୀଙ୍କ ସିନ୍ଦୁର ସବୁଦିନ ପାଇଁ ଲିଭିଯିବା ସହିତ ଦୁଇ ଦୁଇଟି ଛୁଆ ଅନାଥ ହୋଇଯାଇଛନ୍ତି ।

ଏହା ମଧ୍ୟରେ ଗୁଜରାଟର ବିଷମ କଟକରୁ ଓଡ଼ିଆ ଯବାନ ନାଗରାଜୁଙ୍କ ପାର୍ଥିବ ଶରୀର ଆସି ଓଡ଼ିଶାରେ ପହଞ୍ଚିଛି । ଓଡ଼ିଆ ପୁଅର ମରଶରୀରକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରେ ଲୁହ ଭରିଯାଇଛି । ‘ସି.ଏଚ ନାଗରାଜୁ ଅମର ରହେ’ ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଉଠିଥିଲା । ସହିଦ ଯବାନଙ୍କ ଶବକୁ ସାରା ଅଞ୍ଚଳରେ ବୁଲାଇବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଥିଲା । ଯବାନଙ୍କ ଏଭଳି ମୃତ୍ୟୁରେ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସମସ୍ତେ ଭାଙ୍ଗି ପଡିଛନ୍ତି । ସମସ୍ତଙ୍କ ମୁହଁରେ ବୀର ନାଗାରାଜୁଙ୍କ ନାମ ।

Get real time updates directly on you device, subscribe now.