fbpx

କରୋନା ନେଇ ବିଭିନ୍ନ ଦାବି ରଖିଲା ଓଡ଼ିଶା

ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ରାଜ୍ୟ ସରକାର ଭିଡ଼ିଓ କନଫରେନ୍ସ ଜରିଆରେ କରୋନା ନେଇ ଆଲୋଚନା କରିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ପୋଲିସ କମିଶନର ଓ ବିଭଗୀୟ ସଚିବ ମଧ୍ୟ ସାମିଲ ଥିଲେ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ପାଖରେ ବିଭିନ୍ନ ଦାବି ରଖିଛି ଓଡ଼ିଶା । କରୋନା ପାଇଁ ଅଧିକ ମାତ୍ରାରେ ଟେଷ୍ଟିଂ କିଟ୍ ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ପ୍ରବାସୀ ଶ୍ରମିକଙ୍କ ରହିବା ଓ ଖାଇବା ନେଇ ମଧ୍ୟ  ଆଲୋଚନା ହୋଇଛି । ସ୍ୱାସ୍ଥ୍ୟ ବିଭାଗ କିଭଳି ପ୍ରସ୍ତୁତ ରହିବ ସେହି ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ସଚିବ ବିଶାଲ ଦେବ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.