fbpx
BSKY
BJD SHG SKY
BJD YOUTH SKY

ଅଟକ ହେଲେ ୧୦୦ରୁ ଅଧିକ ଝାଡ଼ଖଣ୍ଡ ଶ୍ରମିକ

ବାରିପଦା, ୧ା୪(ଓଡ଼ିଶା ଭାସ୍କର): ବେତନଟୀ ଠାରେ ଅଟକ ହେଲେ ୧୦୦ରୁ  ଉଦ୍ଧ୍ୱର୍ ଝାଡ଼ଖଣ୍ଡ ରାଜ୍ୟର ଶ୍ରମିକ । ଅଟକ ଶ୍ରମିକ ମାନେ ବିଶାଖାପାଟଣାରୁ ପାଦରେ ଚାଲି ଚାଲି ୪ଦିନରେ ପହଞ୍ଚିଛନ୍ତି ବେତନଟୀ। ତେବେ ସେମାନେ ଚାଲି ଚାଲି ନିଜ ଘର ଝାରଖଣ୍ଡକୁ ଯିବା ବାଟରେ ବେତନଟୀ ଠାରେ ଜନସାଧାରଣ ଅଟକ ରଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବେତନଟୀ ଥାନାଧିକାରୀ ଏକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଅଟକ ଶ୍ରମିକମାନଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ସମସ୍ତ ଶ୍ରମିକମାନଙ୍କୁ ବେତନଟୀ ବ୍ଲକରେ ଥିବା ଏକ ହଲରେ ରଖି ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ବିଡ଼ିଓଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟାର ସମାଧାନ କେମିତି ହୋଇପାରିବ ସେ ବିଷୟରେ ଗୁରୁତ୍ୱ ଦେବେ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ତେବେ କରୋନା ସଂକ୍ରମଣର ମୁକାବିଲା କରିବାକୁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରି ୨୧ଦିନିଆ ଲକଡାଉନ ଘୋଷଣା ଯୋଗୁଁ କାର୍ଯ୍ୟବନ୍ଦ ହେବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ନୀରିହ ଶ୍ରମିକମାନେ। ଅନ୍ୟପଟେ ଭାରତର ଯୋଉ ସ୍ଥାନରେ ହେଉନା କାହିଁକି ଲକଡାଉନ କାରଣରୁ କାମ ହରାଇ ଅସୁବିଧାରେ ପଡିଥିବା ଶ୍ରମିକଙ୍କ ସମସ୍ୟା ସମାଧାନର ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ ସୁଦ୍ଧା ତାହା କେତେ ସଫଳ କାର୍ଯ୍ୟକାରୀ ହେଉଛି ଏହି ଘଟଣା ତାର ଏକ ନମୂନା କୁହାଯାଇ ପାରିବ । ତେବେ ସମଗ୍ର ଦେଶରେ କରୋନା ମୁକାବିଲାକୁ ନେଇ ଲାଗି ରହିଥିବା ପ୍ରତିବନ୍ଧକ ସମୟରେ ସରକାରୀ ସ୍ତରରେ ଅସହାୟ ଶ୍ରମିକ ମାନଙ୍କ ଏଭଳି ସମସ୍ୟାର ସମାଧାନ ନିମନ୍ତେ ସକ୍ରିୟ ପଦକ୍ଷେପକୁ ଆଗେଇ ଆସିବା ଉଚିତ।

Get real time updates directly on you device, subscribe now.