fbpx

କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭଦ୍ରକ ପୁରୁଣା ବଜାର ସିଲ୍‌

Advertisement

ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ଘଟଣା, ଭଦ୍ରକ ପୁରୁଣା ବଜାରକୁ ସିଲ୍‌ କଲା ପୋଲିସ । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭଦ୍ରକରେ ପ୍ରଶାସନର କଡ଼ା ପଦକ୍ଷେପ । ପୁରୁଣା ବଜାର ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରୁଛି ପ୍ରଶାସନ । ପୁରୁଣା ବଜାରରେ କେବଳ ଖୋଲା ରହିବ ଔଷଧ ଦୋକାନ । ୪ର୍ଥ ଆକ୍ରାନ୍ତଙ୍କ ଶରୀରରେ ନଥିଲା କୌଣସି ଲକ୍ଷଣ। ବାହାରୁ ଆସୁଥିବା ସମସ୍ତଙ୍କ ଲୋକଙ୍କୁ ୧୪ ଦିନିଆ ଏକାନ୍ତବାସରେ ରହିବାକୁ ତାଗିଦ କଲା ସ୍ୱାସ୍ଥ୍ୟ ବିଭାଗ । ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ କରୋନା ଆକ୍ରାନ୍ତ ଚିହ୍ନଟ । ଓଡ଼ିଶାରେ ୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

Get real time updates directly on you device, subscribe now.