fbpx
BSKY SKY
BSKY SKY

ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

BSKY

ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କୋବିନ୍ଦ ତାଙ୍କ ଟ୍ୱିଟରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ, ଶାନ୍ତିପ୍ରିୟ ଓ ସମୃଦ୍ଧ ହେଉ ବୋଲି କାମନା କରିଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପ୍ରାର୍ଥନା କରିଛନ୍ତି । ଉତ୍କଳ ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମାରୀ କରୋନାର ଦୃଢ଼ତାର ସହ ମୁକାବିଲା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।
କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇଥିବା ମନିଷୀମାନଙ୍କର ସ୍ମୃତିଚାରଣ କରିଛନ୍ତି ।

Get real time updates directly on you device, subscribe now.