fbpx

ରାଜ୍ୟରେ ରହିଛି ୭୫୯ଟି ବାତ୍ୟା ଆଶ୍ରୟସ୍ଥଳୀ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭା ଶୀତ ଅଧିବେଶନର ନବମ ଦିନ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହରେ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ରାଜ୍ୟରେ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀର ହିସାବ ନାହିଁ । ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ କେତୋଟି ଅଛି ଅଡ଼ିଟ କରାଯାଉଛି । ଗୃହର ଏହି ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ୬ଟି ଉପକୂଳ ଜିଲ୍ଲାରେ ୭୫୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି । ୭୫ଟି ମଧ୍ୟରୁ ଓଏସଡ଼ିମିଏ ପକ୍ଷରୁ ୬୯୪ , ରେଡ଼କ୍ରସ ପକ୍ଷରୁ ୬୫ଟି ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ଆଶ୍ରୟସ୍ଥଳୀ ହୋଇଛି ।

Get real time updates directly on you device, subscribe now.