fbpx

ପୁଣି ଆନ୍ଧ୍ରର ଦାଦାଗିରି

ଜୟପୁର, ୨ା୧୨ (ଓଡିଶା ଭାସ୍କର): ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ସୀମାକୁ ନେଇ ବହୁବାର ବିବାଦ ଉଠିଥିବା ବେଳେ ଆଜି ପୁଣି ଥରେ ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଜାମ୍ବୁଗୁଡ଼ାରେ ଏହି ବିବାଦ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଆନ୍ଧ୍ରର କିଛି ଲୋକେ ଜାମ୍ବୁଗୁଡ଼ା ନିକଟ ଓଡ଼ିଶା-ଆନ୍ଧ୍ର ସୀମାରେ ପଥର ରଖି ସୀମା ଚିହ୍ନଟ କରୁଥିଲେ । ଏହାକୁ ଜାମ୍ବୁଗୁଡ଼ା ଅଞ୍ଚଳର କିଛି ଲୋକ ବିରୋଧ କରିବାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ସୃଷ୍ଟି ହୋଇଥିବା ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.