fbpx

ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ: ଭାରତର ବ୍ୟାଟିଂ ଜାରି

କାନବେରା, ୨ା୧୨ (ଓଡିଶା ଭାସ୍କର): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଆଜି ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ପ୍ରଥମ ଦୁଇଟି ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ ଲାଭ କରି ୨-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତିବା ଭାରତ ପାଇଁ ସମ୍ମାନର ପ୍ରଶ୍ନ ଅଟେ । ଆଜିର ମ୍ୟାଚରେ ଟି. ନଟରାଜନ ନିଜର କ୍ୟାରିୟରର ପ୍ରଥମ ଦିନିକିଆ ମ୍ୟାଚରେ ପଦାର୍ପଣ କରିବେ । ବୋଲର ନଟରାଜନଙ୍କୁ ନଭଦୀପ ସୈନିଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଥିବା ଜଣାଯାଇଛି । ସେହିପରି ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି ।

Get real time updates directly on you device, subscribe now.