fbpx

ଆକାଶ ପାଠକଙ୍କ ଠକେଇ ମାମଲା: ସ୍କାଏ କିଙ୍ଗ ଅଫିସରେ ପହଞ୍ଚିଲା ପୋଲିସ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ ପୋଲିସର ତନାଘନା ଜାରି ରହିଛି । ଏହି ମାମଲାରେ ଭୁବନେଶ୍ୱର ଟ୍ରଭେଲ ଏଜେନ୍ସି ସ୍କାଏ କିଙ୍ଗ ଅଫିସରେ ଆଜି ପହଞ୍ଚିଛି ପୋଲିସ । କାଲି ଆକାଶ ପାଠକଙ୍କ ନାଁରେ ଠକେଇ ଅଭିଯୋଗ ଆଣିଥିଲେ ସ୍କାଏ କିଙ୍ଗର ମ୍ୟାନେଜିଂ ପାର୍ଟନର ।

ତେବେ ସ୍କାଏ କିଙ୍ଗ ଜରିଆରେ ୧୦ ଥର ଚାର୍ଟର ଫ୍ଲାଇଟ ବୁକ କରିଥିଲେ ଆକାଶ ପାଠକ । ଟାଟା ମୋଟର୍ସର ଏମଡି କହି ଫ୍ଲାଇଟ୍ ବୁକିଂ କରିଥିଲେ ଆକାଶ ପାଠକ । ମୋଟ ୨ କୋଟି ୭୮ ଲକ୍ଷ ୩୯ ହଜାର ଟଙ୍କା ବିଲ ହୋଇଥିବା ବେଳେ ବିଲ ବାବଦକୁ ମାତ୍ର ୨ କୋଟି ୧୩ ଲକ୍ଷ ଟଙ୍କା ଦାଖଲ କରିଥିଲେ ଆକାଶ । ଆହୁରି ୬୫ ଲକ୍ଷ ଟଙ୍କା ବାକି ରହିଥିବା ଅଭିଯୋଗ କରିଛି ସ୍କାଏ କିଙ୍ଗ ।

ଅନ୍ୟପଟେ ଆଜି ଭିଜିଲାନ୍ସ ସେଲ୍ ଅଫିସରେ ହାଜର ହେବେ ୫ରୁ ଅଧିକ ବ୍ୟାଙ୍କ ମ୍ୟାନେଜର । ପାଠକ ବାପା, ପୁଅଙ୍କ ଆକାଉଣ୍ଟ ବାବଦରେ ହେବ ଖୋଳତାଡ । ପାଠକ କିଛି ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.