fbpx

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଭୁବନେଶ୍ୱର, ୨ା୧୨ (ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀମାନେ ପିପୁଲସ୍ ଲିବରେସନ ଗରିଲା ଆର୍ମି (ପିଏଲଜିଏ) ସପ୍ତାହ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିସହ ସ୍ୱାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରିବା ସହ ସମସ୍ତ ନିର୍ମାଣ କାମକୁ ବନ୍ଦ କରାଯାଇଛି । ନିର୍ମାଣ କାମରେ ବ୍ୟବହୃତ ହୋଇଥିବା ମେସିନକୁ ପୋଲିସ କ୍ୟାମ୍ପରେ ଠୁଳ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.