ଭୁବନେଶ୍ବର: ପ୍ରଥମ ଦିନରୁ ଚାଲିପାରୁନି ଗୃହ । ବିରୋଧୀଙ୍କର ହଟ୍ଟଗୋଳ ସହିତ ନାରାବାଜି କାରଣରୁ ବାରମ୍ବାର ମୁଲତବି ରଖୁଛନ୍ତି ବାଚସ୍ପତି । ଅପରାହ୍ନ 4ଟା ଯାଏଁ ମୁଲତବି ହେଲା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି କରାଯାଇଛି । ଶୂନ୍ୟ କାଳରେ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି ରଖିଲେ ବାଚସ୍ପତି ସୁରମା ପାଢି । ସମ୍ବିଧାନ ମୁଖବନ୍ଧରୁ ଧର୍ମ ନିରପେକ୍ଷ ଓ ସମାଜବାଦ ଶବ୍ଦ ନରହିବା କାରଣରୁ ହଟ୍ଟଗୋଳ ହୋଇଥିଲା । ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ । ତେବେ ଏହି ପ୍ରସଙ୍ଗକୁ କଂଗ୍ରେସର ଉପସ୍ଥିତ ସଦସ୍ୟ ମଧ୍ୟ ସମର୍ଥନ ଜଣାଇଥିଲେ । ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଯାଇଛି ।
କହିରଖୁଛୁ କି, ଆଜିଠୁ ଶୀତ ଅଧିବେଶନ ଆରମ୍ଭ ହୋଇଛି । ଏହା ଆସନ୍ତା ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ତେବେ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ ଦେଖାଇଛନ୍ତି । ବିଜେଡି ସହିତ କଂଗ୍ରେସ ମଧ୍ୟ ମିଶି ହଟ୍ଟଗୋଳ କରିଛି । ତେବେ ଟାକୁଆ ଟ୍ରାଜେଡିକୁ ନେଇ ପ୍ରଥମେ 12ଟା 15 ଯାଏଁ ଗୃହକୁ ମୁଲତବି କରାଯାଇଥିଲା । ଅନାହାର ମୃତ୍ୟୁକୁ ପ୍ରସଙ୍ଗ କରି ନାରାବାଜି କରିଥିଲା କଂଗ୍ରେସ । ଏବେ ପୁଣି ହଟ୍ଟଗୋଳ ଯୋଗୁଁ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି ।