fbpx
BSKY SKY
BSKY SKY

୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା, ଧର୍ମଘଟ ସଫଳ ପାଇଁ ରାଜ୍ୟବାସୀଙ୍କ ସମର୍ଥନ ଲୋଡିଲା କଂଗ୍ରେସ

BSKY

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ଏବଂ ଏଥିରେ ସଂପୃକ୍ତ ମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ଦିନ ୬ ଟା ଠାରୁ ଦିବା ୧୨ ଘଣ୍ଟା ପର୍ଯ୍ୟନ୍ତ ୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳମାନେ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ କଂଗ୍ରେସ ନିଷ୍ପତି ନେଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ବନ୍ଦ ସଂପର୍କରେ ଗୁରୁବାର ହାଇକୋର୍ଟ ଏକ ନିଷ୍ପତି ନେଇଛନ୍ତି ତାହାକୁ କଂଗ୍ରେସ ଦଳ ସ୍ୱାଗତ କରିବା ସହ ସମ୍ମାନ ଜଣାଇଛି ।

Get real time updates directly on you device, subscribe now.