fbpx

ମମିତାଙ୍କ ପରିବାରକୁ ନ୍ୟାୟ ଦାବି : ୧୨ରେ ଓଡିଶା ବନ୍ଦ ନେଇ କଂଗ୍ରେସର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା୧୨ ତାରିଖ ଓଡିଶା ବନ୍ଦ ଓ ୧୯ ତାରିଖ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନେଇ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ୧୨ ତାରିଖ ସକାଳ ୬ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ମମିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଓଡିଶା ବନ୍ଦ ଡାକାରକୁ ସଫଳ କରିବା ପାଇଁ ଉକ୍ତ ବୈଠକରେ ଯୋଗଦେଇଥିବା ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନି କୁମାର ମହାନ୍ତି, ସମ୍ପାଦକ ସୁବ୍ରତ ମହାପାତ୍ର, ଜିଲ୍ଲା ମୁଖପାତ୍ର ସଞ୍ଜୀବ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦଶ, ୟାଶୀର ନୱାଜ, ମୋହନ ଜେନା, ଜିଲ୍ଳା କଂଗ୍ରେସ ଉପସଭାପତି ଆଶିଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ବା ଉପାଦେୟ ପରାମର୍ଶ ଦେବା ପରେ କାର୍ଯ୍ୟକ୍ରମର ରୂରେଖ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.