fbpx
BSKY
BJD SHG SKY
BJD YOUTH SKY

Big Breaking; ରାତି ପାହିଲେ ଜଳୁଛି ଓଡ଼ିଶା: ୮.୩୦ ସୁଦ୍ଧା ୩୧ ଟପିଲା ଭୁବନେଶ୍ୱର ତାପମାତ୍ରା

ଭୁବନେଶ୍ୱର: ରାତି ପାହିବା ମାତ୍ରେ ସାରା ରାଜ୍ୟ ଗ୍ରୀଷ୍ମପ୍ରବାହରେ ଛଟପଟ ହେଉଛି । ଅସହ୍ୟ ଗରମ ଏବଂ ଖରା ତାତିରେ ସିଝୁଛି ରାଜ୍ୟର ବିଭିନ୍ନ ସହର । ଆଜି ସକାଳୁ ୮.୩୦ ସୁଦ୍ଧା ରାଜ୍ୟରେ ୩ଟି ସହର ୩୧ ଡିଗ୍ରୀ ଅତିକ୍ରମ କରିସାରିଛି । ସକାଳ ୮.୩୦ ସୁଦ୍ଧା ଭୁବନେଶ୍ୱର ଏବଂ ସମ୍ବଲପୁରରେ ୩୧ ଡିଗ୍ରୀ ଉପରକୁ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଏବଂ ସମ୍ବଲପୁର ଉଭୟ ସହରରେ ୩୧.୪ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଚାନ୍ଦବାଲିରେ ତାପମାତ୍ରା ୩୧ ଡିଗ୍ରୀ ରହିଛି । ଏହାବ୍ୟତୀତ ପାରାଦୀପରେ ଏହି ତାପମାତ୍ରା ୩୦.୬ ଡିଗ୍ରୀ, ହୀରାକୁଦରେ ୩୦.୪ ରେକର୍ଡ ହୋଇଥିବା ବେଳେ ରାଉରକେଲା ଏବଂ ଝାରସୁଗୁଡ଼ାରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Get real time updates directly on you device, subscribe now.