fbpx

ବିଜେପି ଛାଡ଼ିଲେ ଲେଖାଶ୍ରୀ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ବଦଳ ପ୍ରକ୍ରିଆ ଜାରି ରହିଛି । ଏଥିମଧ୍ୟରେ ରାଜ୍ୟ ବିଜେପିକୁ ଲାଗିଛି ଏକ ବଡ଼ ଝଟକା । ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ବିଜେପି ଉପ ସଭାପତି ଥିଲେ ଲେଖାଶ୍ରୀ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଲେଖାଶ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

ବିଜେପିର ଟାଣୁଆ ନେତ୍ରୀ ଭାବେ ପରିଚିତ ଲେଖାଶ୍ରୀ ସାମନ୍ତସିଂହାର ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ।’ କୁହାଯାଉଛି କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ । କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ଟିକେଟ୍ ନ ମିଳିବା ପରେ ଲେଖାଶ୍ରୀଙ୍କୁ ଦଳୀୟ କାର୍ଯ୍ୟାଳରେ ମଧ୍ୟ ନଜର ଆସୁନଥିଲେ । ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ଦଳ ତ୍ୟାଗ କରିବା ପରେ ରାଜନୈତିକ ମାହୋଲରେ ଏକ ପ୍ରକାର ହଟଚମଟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.