fbpx

(Video) ମାହିଙ୍କ ଝଲକ ପାଇବାକୁ ବ୍ୟାରିକେଡ ଭାଙ୍ଗି ଦେଲେ ଫ୍ୟାନ୍ସ: ପୋଲିସର କଡ଼ା ଆକ୍ସନ

ନୂଆଦିଲ୍ଲୀ: ପ୍ରଥମ ଦୁଇଟି ମ୍ୟାଚ ବିଜୟ ପରେ ଲଗାତାର ୨ଟି ପରାଜୟର ସାମନା କରିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଚଳିତ ଆଇପିଏଲରେ ଦଳର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲ ପାଇବା ଖୁବ ଦେଖିବାକୁ ମିଳୁଛି । ପ୍ରତ୍ୟେକ ଷ୍ଟାହିୟମରେ ମାହିଙ୍କ ଏଣ୍ଟ୍ରିରେ ଦମଦାର ସ୍ୱାଗତ କରୁଛନ୍ତି କୋଟି କୋଟି ଦର୍ଶକ । ଗତ ୫ ତାରିଖରେ ଚେନ୍ନାଇ-ହାଇଦ୍ରାବାଦ ମଧ୍ୟରେ ମ୍ୟାଚରେ ଏକ ବଡ଼ ବିବାହ ଦେଖିବାକୁ ମିଳିଛି । ହାଇଦ୍ରାବାଦ ଷ୍ଟାଡିୟମରେ ଚେନ୍ନାଇ-ହାଇଦ୍ରାବାଦ-ଚେନ୍ନାଇ ଲଢେଇ ଜାରି ରହିଥିବା ବେଳେ ଷ୍ଟାଡିୟମ ବାହାରେ ପୋଲିସ ଏବଂ କୀଡ଼ାପ୍ରେମୀଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଛି । ଧୋନୀଙ୍କୁ ଦେଖିବାକୁ କିଛି ଫ୍ୟାନ୍ସ ପୋଲିସ ବ୍ୟାରିକେଡ ଭଙ୍ଗିବା ସହ ସେଠାରେ ଠେଲାପେଲା କରିଛନ୍ତି ।

ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଧୋନୀ ବ୍ୟାଟରେ କମାଲ କରିପାରିନାହାନ୍ତି ମାହି । କିନ୍ତୁ କ୍ରିକେଟପ୍ରେମୀଙ୍କ ମନ ଜିତିବାର କୌଣସି ସୁଯୋଗ ହରାଇ ନଥାନ୍ତି ମାହି । ତେବେ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚରେ ଧୋନୀଙ୍କର ଅସଂଖ୍ୟୃ ଫ୍ୟାନ୍ ଫଲୋଇଙ୍ଗ ପହଞ୍ଚିଥିବାର ଦେଖାଯାଇଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ମାହିଙ୍କୁ ଦେଖିବା ପାଇଁ ଠେଲାପେଲା ମାରପିଟ କରି ଷ୍ଟାଡିୟମରେ ପହଞ୍ଚିଛନ୍ତି ଦର୍ଶକ । ଷ୍ଟାଡିୟମରେ ପ୍ରବେଶ ପାଇଁ ବ୍ୟାରିକେଡ ଦିଆ ଯାଇଥିଲା । କିନ୍ତୁ ଏଠାରେ ଦର୍ଶକଙ୍କ ଲମ୍ବା ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ପୋଲିସ । ମ୍ୟାଚ ପାଇଁ ଟିକେଟ ଥିଲେ ମଧ୍ୟ ଦର୍ଶକଙ୍କ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ଷ୍ଟାଡିୟମ ବାହାରେ ଉତ୍ତେଜନା ଦେଖାଯାଇଛି ।

ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପରେ ଦର୍ଶକ ଷ୍ଟାଡିୟମର ୪ ନମ୍ବର ଗେଟରେ ଥିବା ବ୍ୟାରିକେଡକୁ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ପୋଲିସ ଏବଂ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଧୋନୀଙ୍କ ଟିକିଏ ଝଲକ ପାଇବା ପାଇଁ ଦର୍ଶକ ତଥା ପ୍ରଶଂସକ ସମସ୍ତ ବାଧାବିଘ୍ନକୁ ମାତ୍ ଦେଇ ଷ୍ଟାଡିୟମରେ ପହଞ୍ଚୁଛନ୍ତି । ଚଳିତ ଆଇପିଏଲ ଧୋନୀଙ୍କର ଶେଷ ଆଇପିଏଲ ବୋଲି କୁହାଯାଉଛି । ଏହପରେ ସେ ଏହି ଲିଗରୁ ବିଦାୟ ନେଇପାରନ୍ତି । ତେଣୁ ଧୋନୀଙ୍କୁ ଶେଷ ଥର ପାଇଁ ପଡ଼ିଆରେ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ପ୍ରାୟ ସମସ୍ତ ଭାରତୀୟଙ୍କ ପାଇଁ ସେ ଜଣେ ପ୍ରିୟ ଖେଳାଳି । ତେଣୁ ତାଙ୍କୁ ଦେଖିବା ପାଇଁ ପଡ଼ିଆରେ ସବୁବେଳେ ଭିଡ଼ ହୁଏ ।

Get real time updates directly on you device, subscribe now.