fbpx

ସୋମବତୀ ଅମାବାସ୍ୟା ଦିନ କରନ୍ତୁ ଏହି କାମ, ପ୍ରସନ୍ନ ହୋଇଥାନ୍ତି ପୂର୍ବପୁରୁଷ

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ଗରୁତ୍ୱ ରହିଛି । ଏପ୍ରିଲ ୮ରେ ହେଉଛି ଚୈତ୍ର ଅମାବାସ୍ୟା । ଏହା ସୋମବତୀ ଅମାବାସ୍ୟା ନାଁରେ ମଧ୍ୟ ଜଣାଶୁଣା । ସୋମବାର ଏବଂ ଶନିବାର ଏହି ଅମାବାସ୍ୟା ପଡ଼ିଲେ ଏହାର ମହତ୍ୱ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ମହାଦେବ ଶିବ ଏବଂ ମାତା ପାର୍ବତୀଙ୍କ ବିଶେଷ ପୂଜାର୍ଚ୍ଚନା ସହ ବ୍ରତ କରିବାର ନିୟମ ରହିଛି । ଏହି ଦିନ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ପବିତ୍ର ପୁଷ୍କରିଣୀରେ ସ୍ନାନ, ଦାନ ଆଦି ମହତ କାର୍ଯ୍ୟ କରିବା ଦ୍ୱାରା ପିତୃ ଦୋଷରୁ ମୁକ୍ତି ମିଳିଥାଏ ଏବଂ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ । ସୋମବତୀ ଅମାବାସ୍ୟା ପୂର୍ବପୁରୁଷଙ୍କ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଶୁଭ ବିବେଚିତ କରାଯାଇଛି ।

ସୋମବତୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଉଚିତ ଦିଗରେ ଦୀପ ଜାଳିବା ଦ୍ୱାରା ପୂର୍ବପୁରୁଷମାନେ ପ୍ରସନ୍ନ ହୋଇଥାନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ କରିବା ଶୁଭ ଫଳ ଦେଇଥାଏ ।

– ମାନ୍ୟତା ରହିଛି ଯେ ଏହି ଦିନ ଦକ୍ଷିଣ ଦିଗରେ ଦୀପ ଜାଳିବା ଦ୍ୱାରା ପରିବାର ଉପରେ ପୂର୍ବପୁରୁଷଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ।

– ରାତିରେ ଘରର ଉତ୍ତର ପୂର୍ବଦିଗରେ ଦୀପ ଜାଳିବା ଦ୍ୱାରା ପୂର୍ବ ପୁରୁଷ ଏବଂ ମାତା ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିଥାଏ ।

– ଓସ୍ତ ଗଛ ମୂଳେ ଜଳ ଅପର୍ଣ କରି ସନ୍ଧ୍ୟା ସମୟରେ ଦୀପ ଜାଳନ୍ତୁ । କିଛି ସମୟ ଗଛ ମୂଳେ ବସି ପିତୃ ସୁକ୍ତମ୍ ପାଠ କରନ୍ତୁ । ଏହା ଦ୍ୱାରା ପୂର୍ବ ପୁରୁଷ ପ୍ରସନ୍ନ ହେବା ସହ ଦରିଦ୍ରତା ଦୂର ହୋଇଥାଏ ।

– ବିଶ୍ୱାସ ରହିଛି ଏହି ଦିନ ପୂର୍ବପୁରୁଷ ପୃଥିବୀକୁ ଆସିଥାନ୍ତି ଏବଂ ସୂର୍ଯ୍ୟାସ୍ତ ସମୟରେ ଫେରି ଯାନ୍ତି । ତେଣୁ ସେମାନଙ୍କ ଫେରିବା ସମୟରେ ଅନ୍ଧକାରକୁ ଦୂର କରିବା ପାଇଁ ସୂର୍ଯ୍ୟାସ୍ତ ପରେ ଅଟାରେ ତିଆରି ଦୀପ ନଦୀରେ ପ୍ରବାହିତ କରନ୍ତୁ ।

– ଏହି ଦିନ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରିବା ଦ୍ୱାରା ବିବାହିତ ମହିଳାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

– ସୋମବତୀ ଅମାବାସ୍ୟା ଦିନ ଗଛ ଲଗାଇବାର ବିଧି ରହିଛି । ତେଣୁ ଏହି ଦିନ କଦଳୀ, ଓସ୍ତ ଗଛ, ବର ଗଛ ଏବଂ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ ।

– ଏହି ଦିନ ଗାୟତ୍ରୀ ମନ୍ତ୍ର ଜାପ କରିବା ଦ୍ୱାରା ଜୀବନରେ ସକାରାତ୍ମକତା ବୃଦ୍ଧି ହେବା ସହ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.