fbpx

ରେଳ ଷ୍ଟେସନରେ ସୁଲଭ ମୂଲ୍ୟରେ ବିକ୍ରି ହେବ ଚାଉଳ ଓ ଅଟା, ଏତିକି ଶସ୍ତା ହେବ ଦାମ୍

ନୂଆଦିଲ୍ଲୀ: ଯାତ୍ରା ସମୟରେ ଆମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥାଏ । ଯାତ୍ରା ଯୋଗୁଁ ଆମର ଅନେକ କାର୍ଯ୍ୟ ରହିଯାଏ । କିନ୍ତୁ ବର୍ତ୍ତମାନ ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ କିଛି ନିଷ୍ପତ୍ତି ନେଇଛି ।

ଏକ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଭାରତୀୟ ରେଳ ଷ୍ଟେସନରେ ଥିବା ଲୋକଙ୍କୁ ଅଟ।। ଏବଂ ଚାଉଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏହି କାରଣରୁ ଆପଣ ଯାତ୍ରା ସମୟରେ ମଧ୍ୟ ଆପଣଙ୍କ ସୁବିଧା ଅନୁଯାୟୀ ରାସନ କିଣି ଆପଣଙ୍କର ସମୟ ସଞ୍ଚୟ କରିବାକୁ ସମର୍ଥ ହେବେ ।

ପାଇଲଟ୍ ପ୍ରୋଜେକ୍ଟ ୩ ମାସ ପାଇଁ ଆରମ୍ଭ ହେଲା :-

ଷ୍ଟେସନରେ ଯାତ୍ରୀମାନଙ୍କୁ ଅଟା ଏବଂ ଚାଉଳ ଯୋଗାଇବା ପାଇଁ ଭାରତୀୟ ରେଳ ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରଣାଳୟ ସହିତ ହାତ ମିଳାଇଛି । ଭାରତୀୟ ରେଳବାଇର ଏହି ପଦକ୍ଷେପ ଦ୍ୱାରା ଝାଡଖଣ୍ଡ, ବିହାର ଏବଂ ବଙ୍ଗଳା ଯାଉଥିବା ଲୋକମାନେ ଷ୍ଟେସନରୁ ଶସ୍ତା ଅଟା ଏବଂ ଚାଉଳ କିଣି ପାରିବେ । ଏହି ପାଇଲଟ୍ ପ୍ରୋଜେକ୍ଟ ବର୍ତ୍ତମାନ ୩ ମାସ ପାଇଁ ଆରମ୍ଭ କରାଯାଇଛି । ଯଦି ଏହି ଯୋଜନା ସଫଳ ହୁଏ ତେବେ ଏହା ସବୁଦିନ ପାଇଁ କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.