fbpx

ସୂର୍ଯ୍ୟଗ୍ରହଣ ପରେ ଦେଖାଦେଇପାରେ ଆର୍ଥିକ ସମସ୍ୟା, ଏହି ରାଶିମାନେ ରୁହନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୮ରେ ହେବାକୁ ଯାଉଛି । ସେଦିନ ହେଉଛି ଚୈତ୍ର ଅମାବାସ୍ୟା । ମୀନ ରାଶିରେ ଏହି ଗ୍ରହଣ ହେବାକୁ ଥିବା ବେଳେ ସୂର୍ଯ୍ୟଗ୍ରହଣର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ଦେଖିବାକୁ ମିଳିବ । କିନ୍ତୁ ଏମିତି ୫ଟି ରାଶି ଅଛନ୍ତି ଯେଉଁମାନଙ୍କ ପାଇଁ ସୂାର୍ଯ୍ୟଗ୍ରହଣ ପରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଏହି ରାଶିଙ୍କୁ ସାବଧାନ ରହିବା ଆବଶ୍ୟକ ଅଛି ।

୧. ବୃଷ ରାଶି(Taurus): ଶେୟାର ବଜାର କିମ୍ବା ପ୍ରଫିଟ୍ ମାର୍କେଟରେ ନିବେଶ କରିବା ଯୋଜନାରେ ବାଧା ଦେଖାଦେଇପାରେ । ହଠାତ ଖର୍ଚ୍ଚାନ୍ତ ହୋଇପାରନ୍ତି । ତେଣୁ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ ।

୨. କର୍କଟ ରାଶି(Cancer): ଆପଣଙ୍କ ଆର୍ଥିକ ସ୍ଥିତିରେ ଉତ୍ଥାନ ପତନ ଦେଖାଦେଇପାରେ । ତେଣୁ ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଅର୍ଥିକ ସମସ୍ୟା ଆପଣଙ୍କୁ ଚିନ୍ତାଗ୍ରସ୍ତ କରିବାରେ ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

୩. ସିଂହ ରାଶି(Leo): ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟାପାରରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆର୍ଥିକ ଲାଭ ପାଇଁ ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିୁବ । ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖର୍ଚ୍ଚ କରନ୍ତୁ ।

୪. ଧନୁ ରାଶି(Sagittarius): ବ୍ୟାପାର ଏବଂ ଋଣ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଆପଣଙ୍କ ଅଟକି ଥିବା କାର୍ଯ୍ୟ ପୂରା ହେବାରେ ବିଳମ୍ବ ହୋଇପାରେ । ପରିଶ୍ରମ ଏବଂ ପ୍ରୟାସ କରିବା ଜାରି ରଖନ୍ତୁ ।

୫. ମୀନ ରାଶି(Pisces): ସୂର୍ଯ୍ୟଗ୍ରହଣ ପରେ ମୀନ ରାଶିଙ୍କ ସମସ୍ୟା ଅଧିକ ବଢ଼ିପାରେ । ଅପଣଙ୍କ ବଜେଟ ବିଗିଡ଼ିବା ସହ କାର୍ଯ୍ୟ ଅଧା ରହିପାରେ । ଯାତ୍ରା ଯୋଗ ଥିବାରୁ ଅପଣଙ୍କ ଖର୍ଚ୍ଚ ବଢ଼ିପାରେ । ଆପଣଙ୍କ ଆମଦାନୀ କମ୍ ଥିଲେ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ ।

Get real time updates directly on you device, subscribe now.