fbpx

ରାଜ୍ୟରେ କେବେ ଗଡ଼ିବ ବସ୍? କାଲି ହେବ ନିଷ୍ପତ୍ତି

ରାଜ୍ୟରେ ଘରୋଇ ଚଳାଚଳ ପାଇଁ ଆସନ୍ତାକାଲି ବସିବ ମାଲିକ ସଂଘର ବୈଠକ । ଯଦି ବୈଠକ ସଫଳ ହୁଏ, ତେବେ ମେ ୨୮ରୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ ହେବ । ବସର ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ପରିବହନ ପାଇଁ ସଂଘ ପ୍ରସ୍ତୁତ ଅଛି । ବସ୍ କର୍ମଚାରୀଙ୍କୁ ସଚେତନ କରାଇବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏଥିପାଇଁ ଆଜି ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ବୈଠକ ହୋଇଥିଲା । ରୋଡଟ୍ୟାକ୍ସ ଛାଡ ନେଇ ଅର୍ଥ ବିଭାଗକୁ ଚିଠି ଲେଖିଛି ପରିବହନ ବିଭାଗ । ଏନେଇ ଘରୋଇ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ,କାଲି ବୈଠକ ଅଛି, ତାପରେ ନିଷ୍ପତ୍ତି ନିଆଯିବ । ପ୍ରଥମେ ଡ୍ରାଇଭର ଓ ଯାତ୍ରୀମାନଙ୍କର ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଓଡିଶାରେ ୧୪ ହଜାର ବସ୍ ଓ ୮ ହଜାର ବସ୍ ମାଲିକ । ୬୦ ହଜାର ବସ୍ କର୍ମଚାରୀଙ୍କ ପାଇଁ ଇନ୍ସୁରାନ୍ସ କରାଯାଉ । ବ୍ୟାଙ୍କ ଋଣ ୬ ମାସ ପାଇଁ ଛାଡ କରାଯାଉ ବୋଲି ବରଦା ପ୍ରସନ୍ନ କହିଛନ୍ତି ।

ଅନ୍ୟପଟେ ମାଲିକ ସଂଘ ସହ ଆଲୋଚନା ପରେ ପରିବହନ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ବସ ମାଲିକ ସଂଘ ସହ ଆଲୋଚନା ଭଲ ହୋଇଛି । ଏପ୍ରିଲ, ମେ ଓ ଜୁନ ମାସର ରୋଡ ଟ୍ୟାକ୍ସ ଛାଡ ହେବ । ବ୍ୟାଙ୍କ ଋଣ ଛାଡ ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବି । ଆଶା କରିବୁ ଘରୋଇ ବସ ଶୀଘ୍ର ଚାଲିବ ।’

Get real time updates directly on you device, subscribe now.