fbpx

ମଦ ପରେ ବିଡ଼ି ପାଇଁ ଲମ୍ବା ଲାଇନ୍, କାହାକୁ ସମ୍ଭାଳିବ ପୋଲିସ ?

ମଦ ପରେ ପରେ ବିଡ଼ି, ସିଗାରେଟ୍ ଆଦି ଉପରେ ସରକାର ପ୍ରତିବନ୍ଧକ ହଟାଇ ଦେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଯେ, ମଦ ଦୋକାନ ଆଗରେ ଯେପରି ଲୋକ ଭିଡ ଜମାଉଥିଲେ ସେହିପରି ବିଡ଼ି, ସିଗାରେଟ୍ ଦୋକାନ ଆଗରେ ମେଳ ହୋଇଛନ୍ତି । ଏଭଳି ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ମଦ ଭିଡକୁ ସମ୍ଭାଳିପାରିନଥିବା ପୋଲିସ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ।

ତେବେ ଦୌସାରେ ଏବେ ଟ୍ରେନ୍‌ , ପ୍ଲେନ୍‌ ଓ ମଦ ଦୋକାନରେ ମଧ୍ୟ ଲମ୍ୱା ଲାଇନ୍‌ ଲାଗିଛି । ପୁଲିସ୍ ଅନେକ ସ୍ଥାନରେ ସୋଶାଲ ଡିଷ୍ଟାନ୍ସିଂ ପାଳନ କରିବାକୁ ପ୍ରୟାସ କରିଛି , କିନ୍ତୁ ଭିଡ଼ ଅଧିକ କାରଣରୁ ସୋଶାଲ ଡିଷ୍ଟାନ୍ସିଂ ଠପ୍‌ ହୋଇଯାଇଛି ଏବଂ ଧୂମ୍ରପାନରେ ସଉକ୍‌ ରଖିଥିବା ଲୋକଙ୍କର ବିଡ଼ି କିଣିବାରେ ମଧ୍ୟ ଲମ୍ୱା ଲାଇନ୍‌ ଲାଗିଛି । ବିଡ଼ି କିଣୁଥିବା ଲୋକଙ୍କର ନ ଥିଲା ସାମାଜିକ ଦୂରତା, ନ ମୁଁହରେ ଥିଲା ମାସ୍କ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିୟମକୁ ଲୋକେ ଫୁ କରି ଉଡାଇଦେଇଥିଲେ ।

Get real time updates directly on you device, subscribe now.