fbpx

ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଆଜି ରାଜ୍ୟର ଅନେକ ଜିଲ୍ଲାରେ ଏହାର ତାଣ୍ଡବ ରଚିସାରିଛି । ଏଥିରେ ବିପୁଳ କ୍ଷତି ଘଟିଥିବା ମଧ୍ୟ କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ସହ ମୁକାବିଲା କ୍ଷେତ୍ରରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ପଞ୍ଚାୟତସ୍ତରୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନ, ବିଭିନ୍ନ ସାମାଜିକ ସଂସ୍ଥାର ସଦସ୍ୟ ଏବଂ ପୋଲିସ୍ କର୍ମଚାରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

ସେହିପରି ବାତ୍ୟା ପ୍ରଭାବିତ ଅଞ୍ଚଳର ପରିବାରଗୁଡ଼ିକୁ ୭ ଦିନର ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ବାତ୍ୟା ୟଶ ପାଇଁ ବିଭିନ୍ନ ଜିଲ୍ଲାର ମୋଟ ୧୨୮ଟି ଗ୍ରାମ ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାସ୍ତାଘାଟ ସବୁ ସଫେଇ କରାଯିବ । ସେହିପରି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏଥିସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଗଧାଡ଼ିର ଯୋଦ୍ଧା ଭାବେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସେବାକାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଖୁବ୍ ପ୍ରଂଶସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Get real time updates directly on you device, subscribe now.