fbpx

ଟେଲିିଭିଜନରେ ଟୋକିଓ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍‌ ଜିତିବା ଦେଖି ଖୁସିରେ ତାଳିମାରିଲେ ନବୀନ, ଟ୍ବିଟ୍ କରି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସର ସେମି ଫାଇନାଲରେ ପ୍ରବେଶ କରିଛି  । ପୁରୁଷ ହକିର ଏହି ବଡ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟାରେ ନବୀନ ନିବାସରେ ଟେଲିଭିଜନ ମାଧ୍ୟମରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଅଲିମ୍ପିକ୍ସର ଭାରତ ଓ ଗ୍ରେଟ୍‌ ବ୍ରିଟେନ୍‌ ମଧ୍ୟରେ ହୋଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଦେଖିଛନ୍ତି । ଏହାର ଭିଡ଼ିଓ ମଧ୍ୟ ଟୁଇଟରରେ ସେୟାର ହୋଇଛି ।ଭାରତୀୟ ଟିମ୍‌ ଯେତେବେଳେ ଗ୍ରେଟ୍‌ ବ୍ରିଟେନ୍‌ ବିକ୍ଷରେ ଗୋଲ୍‌ ଦେଉଛି, ସେହି ସମୟରେ ନବୀନ ଉତ୍ସାହିତ ଦେଖାଯାଉଛନ୍ତି । ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଭିଜନ ଦେଖୁଥିବା ବେଳେ ଭାରତ ଯେତେବେଳେ ଗୋଲ ଦେଉଛି, ଉଭୟ ନବୀନ ଏବଂ ପାଣ୍ଡିଆନ୍‌ ତାଳି ମାରୁଛନ୍ତି ।

 

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି ଯେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସର ସେମିଫାଇନାଲ ଓ ମହିଳା ଦଳ ପ୍ରଥମ ଥର କ୍ୱାଟର ଫାଇନାଲ୍‌ରେ ପହଞ୍ଚିବା ସମଗ୍ର ଦେଶ ପାଇଁ ଗୌରବର ବିଷୟ । ୨୦୧୮ରୁ ଓଡ଼ିଶା ଉଭୟ ଜାତୀୟ ଦଳକୁ ପ୍ରୋତ୍ସାହିତ କରିଆସୁଥିବାରୁ ସମସ୍ତ ଓଡ଼ିଶାବାସୀ ଆଜି ଗର୍ବିତ । ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ୫ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ । ଦେଶରେ ହକିର ପ୍ରଚାରପ୍ରସାର ପାଇଁ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ପକ୍ଷରୁ ଉଦ୍ୟମ କରାଯାଉଛି । ଓଡ଼ିଶାକୁ ହକିର ଏନ୍ତୁଡ଼ିଶାଳ ମଧ୍ୟ କୁହାଯାଏ ।

 

Get real time updates directly on you device, subscribe now.