fbpx

୧.୮୪ ଲକ୍ଷ ଫନି ପ୍ରଭାବିତଙ୍କୁ ଦିଅ ଆବାସ ଯୋଜନା, ମୋଦୀଙ୍କୁ ଚିଠି ଲେଖି ଏହି ସବୁ ଦାବି ରଖିଲେ ନବୀନ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମୁଦ୍ରିକ ବାତ୍ୟା ଫନିରେ ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଫନି କାରଣରୁ ରାଜ୍ୟର ୧.୮୪ ଲକ୍ଷ ପରିବାର ମୁଣ୍ଡରୁ ଛାତ ଉଡି ଯାଇଥିଲା । ଏହି ପରିବାର ଗୁଡିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଏହା ସହିତ ରାଜ୍ୟରେ ରହିଥିବା ଅନ୍ୟାନ୍ୟ ଗରିବ ଶ୍ରେଣୀର ୧୩ ଲକ୍ଷ ଲୋକଙ୍କୁ ପିଏମ୍ ଆବାସ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହା ସହିତ କେବିକେ ଜିଲ୍ଲା ଏବଂ ପଛୁଆ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେବା ପାଇଁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୮.୧୭ ଲକ୍ଷ ପିଏମ ଆବାସ ଯୋଜନା ପ୍ରଦାନ କରାଯାଇଥିବାରୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଫନି ସମୟରେ ରାଜ୍ୟର ୧୪ ଜିଲ୍ଲାରେ ୭.୮୭ ଲକ୍ଷ ପରିବାର ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାର ୫.୦୯ ଲକ୍ଷ ପରିବାରକୁ ସହୟତା କରିଛନ୍ତିି । ବାକି ୧.୮୪ ଲକ୍ଷ ପରିବାରକୁ ପିଏମଏୱାଇ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

Get real time updates directly on you device, subscribe now.