fbpx

ମାଡ଼ିଲାଣି କରୋନା: ରାଜ୍ୟରେ ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ସ୍ଥିତି ଭୟଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଟପିଯାଇଛି । ରାଜ୍ୟରେ ଦିନକରେ ୧୦ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ରୁ ୫୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ କେସ୍ ୪୨୨୬ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬କୁ ବୃଦ୍ଧି ପାଇଛି । ଅନ୍ୟପଟେ ଜିଲ୍ଲା ଗୁଡ଼ିକ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ । ଏଠାରୁ ୩ହଜାର ୧୮୮ ମାମଲା ଚିହ୍ନଟ ହୋଇଛି ।

Get real time updates directly on you device, subscribe now.