fbpx

ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ; ବିନା ଭିସାରେ ବି କରିପାରିବେ ଯାତ୍ରା, ଜାଣନ୍ତୁ ଭାରତ ରହିଛି କେଉଁ ସ୍ଥାନରେ

ନୂଆଦିଲ୍ଲୀ: ହେନଲେ ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ, ଜାପାନ୍ ଓ ସିଙ୍ଗାପୁର ପାଖରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରହିଛି । ଏହି ଦେଶର ପାସପୋର୍ଟ ଧାରକ ମାନେ ୧୯୨ ଦେଶକୁ ବିନା ଭିସାରେ ବି ଯାତ୍ରା କରିପାରିବେ । ସେହିପରି ଏହି ତାଲିକାରେ ଦକ୍ଷିଣ କୋରିଆ ଓ ଜର୍ମାନୀ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଦୁଇଦେଶର ପାସପୋର୍ଟ ଧାରକ ୧୯୦ଟି ଦେଶକୁ ବିନା ଭିସାରେ କରିପାରିବେ ଯାତ୍ରା । ୧୮୯ ଗନ୍ତବ୍ୟ ଦେଶ ସହିତ ସ୍ପେନ୍, ଲଗ୍ଜମବର୍ଗ, ଇଟାଲୀ ଓ ଫିନଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛି ।

ଫ୍ରାନ୍ସ, ସ୍ୱିଡେନ୍, ନେଦରଲ୍ୟାଣ୍ଡ୍, ଡେନମାର୍କ ଓ ଅଷ୍ଟ୍ରିଆର ନାଗରିକ ୧୮୮ ଦେଶକୁ ବିନା ଭିସାରେ ଯାତଆ କରିପାରିବେ । ଏହି ୫ଟି ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ୫ମ ସ୍ଥାନରେ ଥିବା ପତ୍ତୁର୍ଗାଲ ଓ ଆୟରଲ୍ୟାଣ୍ଡ୍ ୧୮୭ ଦେଶ ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ୧୮୬ ଦେଶ ପର୍ଯ୍ୟନ୍ତ ମାଗଣା ପହଞ୍ଚ ସହିତ ସ୍ୱିଜରଲ୍ୟାଣ୍ଡ, ସଂଯୁକ୍ତ ରାଜ୍ୟ ଆମେରିକା, ୟୁନାଇଟେଡ୍ କିଙ୍ଗଡମ୍, ନରୱେ, ନ୍ୟୁଜିଲ୍ୟାଣ୍ଡ ଓ ବେଲଜିୟମ୍ ଷଷ୍ଠ ସ୍ଥାନରେ ରହିଛି ।

୧୮୫ ଦେଶକୁ ମାଗଣା ଗନ୍ତବ୍ୟ ସହିତ ଚେକ୍ ଗଣରାଜ୍ୟ, ଗ୍ରୀସ୍, ମାଲ୍ଟା ଓ ନ୍ୟୁଜିଲ୍ୟାଣ୍ଡ ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଏହା ବ୍ୟତୀତ ଭାରତୀୟ ପାସପୋର୍ଟର ରାଙ୍କିଙ୍କ୍ ଗତବର୍ଷ ତୁଳନାରେ ଭଲ ରହିଛି । ଏବେ ଭାରତୀୟ ପାସପୋର୍ଟ ସହିତ ୬୦ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ ।

Get real time updates directly on you device, subscribe now.