fbpx

ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି, ରୋଗୀଙ୍କ ପାଇଁ ରାଜ୍ୟରେ ଏତିକି ରହିଛି କୋଭିଡ୍ ବେଡ୍

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ବଢୁଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯୁ୍ଦ୍ଧାକାଳୀନ ଭିତ୍ତିରେ ହସ୍ପିଟାଲଗୁଡିକରେ କରୋନା ଓ୍ାର୍ଡ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଉଛି । ବେଡ୍, ଆଇସିୟୁ ଏବଂ ଅକ୍ସିଜେନ୍ ଯେମିତି ଅଭାବ ନହୁଏ ସେଥି ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ରାଜ୍ୟରେ କେତେ କୋଭିଡ୍ ବେଡ୍ ରହିଛି ଏବଂ ରୋଗୀଙ୍କ ଚିକିତ୍ସ ପାଇଁ କଣ କଣ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି ସେ ନେଇ ସୋମବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ୯୦୦୮ କୋଭିଡ ବେଡ୍ ରହିଛି । ବର୍ତ୍ତମାନ ରାଜ୍ୟରେ ୯୦୦୮ଟି ବେଡ୍ ଥିବାବେଳେ ରୋଗୀ ରହିଛନ୍ତି ୧୫୬୭ । ବେଡ୍ ସଂଖ୍ୟା ମଧ୍ୟରେ ଘରୋଇ ହସ୍ପିଟାଲରେ ୪୬୪୦ ବେଡ୍ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୪୩୬୮ଟି ବେଡ୍ ରହିଛି । ସେହିପରି ଘରୋଇ ହସ୍ପିଟାଲରେ ୭୫୩ ରୋଗୀ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ରୋଗୀ ରହିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ୧୪୯୪ ଆଇସିୟୁ ରହିଥିବା ବେଳେ ରୋଗୀ ଅଛନ୍ତି ୩୨୦ । ସରକାରୀ ହସ୍ପିଟାଲ ରେ ୫୨୪ ଆଇସିୟୁ ରହିଥିବା ବେଳେ ରୋଗୀ ରହିଛନ୍ତି ୧୦୪ । ଏହା ସହ ରାଜ୍ୟରେ ସମୁଦାୟ ଆଇସିୟୁ ବେଡ୍ ସଂଖ୍ୟା ୨୦୧୮ ରହିଛି । ଆଉ ରୋଗୀ ଅଛନ୍ତି ୪୨୪ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯାଇଛି ।

ଖାଲି ସେତିକି ନୁହେଁ ଘରୋଇ ହସ୍ପିଟାଲରେ ୬୦୩ ଭେଣ୍ଟିଲେଟର୍ ରହିଥିବା ବେଳେ ୪୨ ରୋଗୀ ରହିଛନ୍ତି । ଏଥିସହ ସରକାରୀ ହସ୍ପିଟାଲରେ ଭେଣ୍ଟିଲେଟର୍ ୧୭୯ ରହିଛି ଏବଂ ରୋଗୀ ସଂଖ୍ୟା ରହିଛି ୧୮ ।

Get real time updates directly on you device, subscribe now.