fbpx
BSKY
BJD MC SKY
BJD YOUTH SKY

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ୧୦ ହଜାର ୩୬୮; ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାରତ ଭାବରେ ୧୦ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୩୫୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ବର୍ଷ ମଧ୍ୟରେ ୧ହଜାର ୯୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସବୁଦିନ ପରି ଖୋର୍ଦ୍ଧାରୁ ସର୍ବାଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଖୋର୍ଦ୍ଧାରୁ କେବଳ ୩ ହଜାର ୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍ କଟକଣା କଡ଼ାକଡ଼ି ହେବା ସତ୍ତେ୍ୱ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି । ଅନ୍ୟପଟେ ସୁନ୍ଦରଗଡ଼ରେ ମଧ୍ୟ ୧ହଜାର ୫ ଜଣ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.