fbpx

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍: ଜାଣନ୍ତୁ କେତେ ଲୋକଙ୍କ ଜୀବନ ନେଲା କରୋନା?

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୧୭ ହଜାର ୫୩୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭ ହାର ୧୬.୪୧ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିବା ପରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୧୯ ଲକ୍ଷ ୨୪ ହଜାର ୫୧ କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ୪୯୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୭ ହଜାର ୬୯୩କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୫୮ ଲକ୍ଷ ୭ ହଜାର ୨୯ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟାରେ ୨ ଲକ୍ଷ ୨୩ ହଜାର ୯୯୦ ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପିଛି । ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୨୮୭ ରହିଛି । ଦେଶରେ ୧୫୯ କୋଟି ୬୭ ଲକ୍ଷରୁ ଅଧିକ ଲୋକ ଟିକା ନେଇସାରିଛନ୍ତି ।

Get real time updates directly on you device, subscribe now.