fbpx

ଡାଇବେଟିସ୍ ରୋଗୀ ମୁହଁ ନଧୋଇ ଚୋବାନ୍ତୁ ଏହି ୪ଟି ପତ୍ର, ନିୟନ୍ତ୍ରଣରେ ରହିବ ବ୍ଲଡ୍ ସୁଗାର୍

ଓଡ଼ିଶା ଭାସ୍କର ବ୍ୟୁରୋ: ମଧୁମେହ ରୋଗୀଙ୍କୁ ସର୍ବଦା ସେମାନଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ । ହେଲଦି ଲାଇଫଷ୍ଟାଇଲ୍ ପାଇଁ ଏମାନେ ଅନେକ ପ୍ରକାରର ଉପାୟ ଆପଣାଥାନ୍ତି ଯାହାଫଳରେ ରକ୍ତ ଶର୍କରା କୁ ନିୟନ୍ତ୍ରଣ କରିପାରିବେ । ଏହି କ୍ରମରେ କିଛି ପ୍ରାକୃତିକ ପନ୍ଥାକୁ ମଧ୍ୟ ଫଲୋ କରିଥାନ୍ତି । ସେଥିରୁ ଅନେକ କିଛି ଫାଇଦା ମିଳିଥାଏ । ଏକ୍ସପର୍ଟଙ୍କ ମୁତାବକ, ତୁଳସୀ, ଅଲିଭ୍ ଓ ଗୁଡ଼ମାରୀ ବା ମେଣ୍ଢାଶିଙ୍ଗିଆ ଗଛର ପତ୍ର ଡାଇାବେଟିସ୍ ସମସ୍ୟାରୁ ଆପଣଙ୍କୁ ଫାଇଦା ପହଞ୍ଚାଇପାରେ ।

ଅଲିଭ୍ ଗଛର ପତ୍ର ମଧୁମେହ ରୋଗୀଙ୍କ ପାଇଁ ରାମବାଣ ସଦୃଶ । ଏହା ରୋଗୀଙ୍କୁ ଅନେକ ଫାଇଦା ଦେଇଥାଏ । ଟାଇପ୍ ୨ ଡାଇବେଟିସ୍ ରୋଗୀ ଯଦି ଅଲିଭ୍ ଗଛର ପତ୍ର ସେବନ କରନ୍ତି ତେବେ ରକ୍ତ ଶର୍କରା କଣ୍ଟ୍ରୋଲରେ ରହିଥାଏ ।

ସେହିପରି ତୁଳସୀ ପତ୍ର ଅନେକ ଲାଭକାରୀ ହୋଇଥାଏ । ୨୦୧୮ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ମିଠା ତୁଳସୀ ସେବନ କରିବା ଦ୍ୱାରା ବ୍ଲଡ୍ ସୁଗର୍ ଲେବଲ୍ କମ୍ ହୋଇଥାଏ ।

ଏହା ବ୍ୟତୀତ ଫଳକୋବି ଗଛର ପତ୍ର ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅନେକ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଏହାର ପତ୍ରରେ ଫାଇବର୍ ମାତ୍ରା ଅଧିକ ରହିଥାଏ । ଅନ୍ୟପଟେ ବିଶେଷଜ୍ଞ ମାନେ ମଧ୍ୟ ଟାଇପ୍ ୧ ଡାଇାବେଟିସ୍ ରୋଗୀଙ୍କୁ ଫାଇବର୍ ତତ୍ତ୍ୱ ଥିବା ଖାଦ୍ୟପଦାର୍ଥ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଏହା ଫଳରେ ରକ୍ତ ଶର୍କରା ନିୟନ୍ତ୍ରଣକୁ ଆସିଥାଏ । ଫଳକୋବି ଗଛର ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଟାଇପ୍ -୧ ଓ ୨ ଡାଇବେଟିସ୍ ରୋଗୀଙ୍କୁ ବ୍ଲଡ ସୁଗର୍, ଲିପିଡ୍ ଓ ଇନସୁଲିନ୍ ଲେବଲ୍ କୁ ବଜାୟ ରଖିବାରେ ଫାଇଦା ମିଳିଥାଏ ।

ଗୁଡ଼ମାରୀ ଗଛରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ସୁଗର୍ ଲେବଲ୍ କମ୍ କରିବା ପାଇଁ ଡାକ୍ତର ମାନେ ଏହାର ପତ୍ର ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ୨୦୧୩ରେ କରାଯାଇଥିବା ଏକ ଷ୍ଟଡି ମୁତାବକ, ଟାଇପ୍-୧ ଓ ଟାଇପ୍-୨ ରୋଗୀଙ୍କୁ ଯେତେବେଳେ ୧୮ ମାସ ପର୍ଯ୍ୟନ୍ତ ଗୁଡ଼ମାରୀ ଖାଇବା ଦ୍ୱାରା ସେମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବ୍ଲଡ୍ ସୁଗର୍ ଲେବଲ୍ କମ୍ କରିବାରେ ଅନେକ ଫାଇଦା ମିଳିଥିଲା ।

Get real time updates directly on you device, subscribe now.