fbpx

୧୫ ଲକ୍ଷ ଅତିରିକ୍ତ ଟିକା ଦାବି କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପକ୍ଷରୁ ଅତିରିକ୍ତ ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ରାଜ୍ୟରେ ସୋମବାର ୪ ଲକ୍ଷରୁ ଅଧିକ ଟିକାକରଣ ହୋଇଥିବା ବେଳେ ସମୁଦାୟ ଟିକାକରଣ ୧.୨୫ କୋଟି ପାର କରିଛି । ଜୁଲାଇ ମାସ ପାଇଁ ୨୫.୩୧ ଲକ୍ଷ କୋଭିସିଲ୍ଡ ଡୋଜ୍ ରାଜ୍ୟକୁ ମିଳିବ । ତେବେ ଏହା ରାଜ୍ୟ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ ତେଣୁ ଅତିରିକ୍ତ ୧୫ ଲକ୍ଷ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଅତିରିକ୍ତ ଟିକା ନମ ମିଳିଲେ ୯ରୁ ୧୫ ମଧ୍ୟରେ ରାଜ୍ୟରେ ହେବାକୁକ ଥିବା ଟିକାକରଣ ବ୍ୟାପକ ଭାବରେ ବାଧାପ୍ରାପ୍ତ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ରାଜ୍ୟରେ ମହଜୁଦ ରହିଥିବା ଟିକା ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ । ତେଣୁ ଟିକାଦାନ ପ୍ରଭାବିତ ହେବା ପୂର୍ବରୁ କେନ୍ଦ୍ର ସରକାର ଅଗ୍ରୀମ ଟିକା ବ୍ୟବସ୍ଥା କରିବା ଉଚିତ ବୋଲି ସ୍ୱାସ୍ଥ୍ର୍ୟ ସଚିବ ଚିଠିରେ ଲେଖିଛନ୍ତି ।

Get real time updates directly on you device, subscribe now.