ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଦିବସ ପାଇଁ ଆତିଥି ତାଲିକା ପ୍ରସ୍ତୁତ ହୋଇଯାଇଛି । ଏ ନେଇ ଆୟୋଜିତ ରାଜ୍ୟ ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକ ସତ୍ୟଭାମାପୁରରେ ରାଜ୍ୟ ସ୍ତରୀୟ ଉତ୍ସବର ଆୟୋଜନ କରାଯିବ । ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ସମାରୋହରେ ସାମିଲ ହେବେ ।
ସତ୍ୟଭାମାପୁରରେ ମଧୁବାବୁଙ୍କ ଜନ୍ମ । ୧୮୪୮ ମସିହା ଏପ୍ରିଲ ୨୮ରେ ମଧଚବାବୁ ଏଠାରେ ଜନ୍ମଗ୍ରହଣ କରିଥିଲେ । ମଧୁବାବୁଙ୍କ ଜନ୍ମସ୍ଥାନ ହୋଇଥିବାରୁ ରାଜ୍ୟ ସରକାର ଏଠାରେ ଓଡ଼ିଶା ଦିବସ ପାଳନର ଯୋଜନା କରିଥିବା ଆଲୋଚନା ହେଉଛି ।
ପ୍ରତିବର୍ଷ ଏପ୍ରିଲ ୧କୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଆମ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ।