fbpx

ବାଙ୍ଗାଲୋର ଏଫସିକୁ ୨-୧ରେ ହରାଇ ପ୍ରଥମ ସୁପର କପ୍ ଟାଇଟଲ୍ ଜିତିଲା ଓଡିଶା ଏଫସି

କେରଳ: ସୁପର କପ୍ ଫାଇନାଲରେ ଶକ୍ତିଶାଳୀ ବାଙ୍ଗଲୋର ଏଫ୍‌ସିକୁ ୨-୧ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି ଓଡ଼ିଶା ଏଫ୍‌ସି। ମଙ୍ଗଳବାର କେରଳର ଇଏମ୍ଏସ୍ ଷ୍ଟାଡିୟମ କୋଝିକୋଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ ପ୍ରଥମାର୍ଦ୍ଧରେ ଓଡ଼ିଶା ଏଫ୍‌ସିର ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ଦଇଟି ଗୋଲ୍ ଦେଇ ଆଗୁଆ ରହିଥିଲା । ବାଙ୍ଗଲୋର ଏଫ୍‌ସି ପାଇଁ ଅଧିନାୟକ ସୁନିଲ ଛେତ୍ରୀ ୮୫ ତମ ମିନିଟ୍‌ରେ ଏକମାତ୍ର ଗୋଲ୍ କରିଥିଲେ । ଯାହା ଓଡ଼ିଶା ଏଫ୍‌ସିକୁ ରୋକିବାକୁ ପର୍ଯ୍ୟାପ୍ତ ହୋଇ ନଥିଲା ।

ବ୍ରାଜିଲିଆନ୍ ଫୁଟବଲର ଓଡ଼ିଶା ଏଫ୍‌ସି ପାଇଁ ଡିଏଗୋ ମୌରିସିଓ ୨୩ ଏବଂ ୩୭ ତମ ମିନିଟ୍‌ରେ ଲଗାତାର ଦଇଟି ଗୋଲ୍ କରିଥିଲେ । ତାଙ୍କର ଏହି ଗୋଲ୍ ବଳରେ ଓଡ଼ିଶା ହାଫ୍ ଟାଇମ୍ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା । ୨୦୧୮ର ବିଜେତା କିନ୍ତୁ ହାର୍ ମାନିବାକୁ ପ୍ରସ୍ତୁତ ନଥିଲା । ଦଳ ପକ୍ଷରୁ ଅଧିନାୟକ ସୁନିଲ ଛେତ୍ରୀ ୮୫ତମ ମିନିଟ୍‌ରେ ଏକ ଗୋଲ୍ ସ୍କୋର କରିଥିଲେ, ଯାହା ଦଳପାଇଁ ଏକ ମାତ୍ର ଗୋଲ୍ ଥିଲା ।

ପ୍ରଥମ ଥର ଫାଇନାଲ ଖେଳି ଓଡ଼ିଶା ଏଫ୍‌ସି ଏହି ସଫଳତା ପାଇଛି । ଅନ୍ୟପଟେ ବାଙ୍ଗଲୋର ପାଇଁ ଏହା ତୃତୀୟ ଫାଇନାଲ ଥିଲା । ଆଜିର ପରାଜୟ ସହିତ ଦୁଇ ମାସ ମଧ୍ୟରେ ବାଙ୍ଗଲୋର ଏଫ୍‌ସି ଦୁଇଟି ଫାଇନାଲରେ ପରାଜିତ ହୋଇଛି । ଏହା ପୁର୍ବରୁ ଆଇଏସ୍‌ଏଲ୍ ଫାଇନାଲରେ ଏଟିକେ ମୋହନ ବାଗନାଠାରୁ

ଡିଏଗୋ ମୌରିସିଓ, ନନ୍ଦକୁମାର, ଭିକ୍ଟର ରୋଡ୍ରିଗେଜ୍ ଏବଂ ଜେରୀ ମାୱିହମିଙ୍ଗଥାଙ୍ଗାଙ୍କୁ ନେଇ ଓଡିଶାର ଷ୍ଟ୍ରାଇକର ଯୋଡି ବେଙ୍ଗାଲୁରୁର ପ୍ରତିରକ୍ଷା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏପରିକି ପ୍ରଥମ ଗୋଲ ବାଙ୍ଗଲୋର ଏଫସି ଗୋଲକିପାର ଗୁରୁପ୍ରୀତ ସିଂ ସାନ୍ଧୁଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ୨୩ ମିନିଟରେ ଡିଏଗୋ ମୌରିସିଓଙ୍କ ଫ୍ରିକିକ୍ କୁ ସେ କେବଳ ଦେଖି ରହିଯାଇଥିଲେ।

ଏହାପରେ ୩୭ ତମ ମିନିଟରେ ମୋୖରିସିଓ ଓଡିଶା ପାଇଁ ଆଉ ଏକ ଗୋଲ କରି ଓଡ଼ିଶାକୁ ଆଉ ଟିକିଏ ଅଗ୍ରଣୀକୁ କରିଥିଲେ। ସଠିକ୍ ସମୟରେ ସଠିକ୍ ସ୍ଥାନରେ ଅବସ୍ଥାପିତ ହୋଇ ସେ ଭିକ୍ଟର ରୋଡ୍ରିଗେଜ୍ କ୍ରସ ଦ୍ୱାରା ଦିଆଯାଇଥିବା ପାସକୁ ଏକ ଭଲ ହେଡରରୁ ଜରିଆରେ ଗୋଲରେ ପରିଣତ କରିଥିଲେ।

ତେବେ ଚାରିଟି ପରିବର୍ତ୍ତନ ସହିତ ବେଙ୍ଗାଲୁରୁ ଦ୍ୱିତୀୟାର୍ଦ୍ଧ ଆରମ୍ଭ କରିଥିଲେ ମଧ୍ୟ ଗୋଲ ବ୍ୟବଧାନ କମାଇବାକୁ ୮୫ ତମ ମିନିଟ୍ ପର‌୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା ଆଉ ଛେତ୍ରୀ ଏକମାତ୍ର ଗୋଲ କରିଥିଲେ।

Get real time updates directly on you device, subscribe now.