fbpx
BJD
BJD SKY
BJD SKY

(Video) ହଠାତ୍ ରାଗିଗଲେ କ୍ୟାପଟେନ କୁଲ ମାହି: ସାଥୀ ଖେଳାଳିଙ୍କୁ ଦେଖାଇଲେ ନାଲି ଆଖି

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀଙ୍କ କ୍ରିକେଟରେ କ୍ୟାପଟେନ କୁଲ ବୋଲି ଆଖ୍ୟା ଦିଆଯାଇଛି । ମାହିଙ୍କ ଥଣ୍ଡା ମିଜାଜ୍ ଏବଂ ଶାନ୍ତ ସ୍ୱଭାବ ଯୋଗୁଁ ସାରା ବିଶ୍ୱ ତାଙ୍କୁ ଏହି ନାମରେ ଜାଣିଛି । କିନ୍ତୁ ଆଇପିଏଲ-୨୦୨୩ରେ ଧୋନୀଙ୍କର ଆଉ ଏକ ରୂପ ଦେଖିବାକୁ ମିଳିଛି । ଯାହା ତାଙ୍କ ନାମର ଏକଦମ୍ ବିପରୀତ ରୂପ । ଧୋନୀଙ୍କୁ ଖୁବ ରାଗିଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସାଥୀ ଖେଳାଳିଙ୍କ ଉପରେ ଧୋନୀଙ୍କ ରାଗ ଦେଖିବାକୁ ମିଳିଛି ।

କ୍ୟାପଟେନ କୁଲ ମାହିଙ୍କୁ ମଇଦାନରେ ରାଗିବାର ଖୁବ କମ୍ ଥର ଦେଖିବାକୁ ମିଳିଥାଏ । ଧୋନୀ ଖେଳିବା ସମୟରେ ନିଜର ରାଗ ଅଧିକ ଦେଖାଇ ନଥାନ୍ତି । କିନ୍ତୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଧୋନୀଙ୍କର ଏକ ଅଲଗା ରୂପ ଦେଖାଯାଇଛି । ଫିଲ୍ଡିଂ ସମୟରେ ସାଥୀ ଖେଳାଳିଙ୍କ ଉପରେ ଧୋନୀଙ୍କ ରାଗ ଏକଦମ୍ ସ୍ପଷ୍ଟ ବାରି ହେଉଛି । କୌଣସି କାରଣରୁ ସାଥୀ ଖେଳାଳିଙ୍କ ଉପୋର ଚିତ୍କାର କରିବା ସହ ନାଲି ଆଖି ଦେଖାଇଛନ୍ତି ଏମ.ଏସ ଧୋନୀ । ଏମ. ଚିନ୍ନାସ୍ୱାମୀ ଷ୍ୟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଧୋନୀଙ୍କ ଏହି ଆଙ୍ଗ୍ରି ଲୁକ୍ ର ଦୃଶ୍ୟ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଧୋନୀଙ୍କ ହଜାର ହଜାର ପ୍ରଶଂସକ ଏହି ଭିଡିଓକୁ ଲାଇକ୍ କରୁଥିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

କୁଲ କ୍ୟାପଟେନ ଭାବରେ ପରିଚିତ ଧୋନୀଙ୍କର ଏହି ଲୁକ ଦେଖି ଦର୍ଶକ ଏବଂ ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଧୋନୀଙ୍କର ଏଭଳି ରାଗ ଏବଂ ଏମିତି ଆଖି ଖୁବ କମ୍ ଥର ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗସ ଟୁର୍ଣ୍ଣାମେଣ୍ଟ ଦମଦାର ପ୍ରଦର୍ଶନ ଜାରି ରଖିଛି । ୭ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଧୋନୀବାହିନୀ ।

Get real time updates directly on you device, subscribe now.